ମ୍ୟାଜିକ୍ ବୁକ୍ ଅଫ ରେକର୍ଡ଼ ନ୍ୟାସନାଲ ଆଇକନ୍ ୨୦-୨୦: ନୃତ୍ୟରେ ଗଜପତିର ତାପସୀ ପ୍ରଥମ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ନୂଆଦିଲ୍ଲୀ ସ୍ଥିତ ମ୍ୟାଜିକ୍ ବୁକ୍ ଅଫ ରେକର୍ଡ଼ ତରଫରୁ  ଅନଲାଇନରେ  ପ୍ରାୟୋଜିତ ନ୍ୟାସନାଲ ଆଇକନ୍–୨୦୨୦ର ନୃତ୍ୟ ବିଭାଗ’ରେ ଅଂଶ ଗ୍ରହଣ କରି ପାରଳାଖେମୁଣ୍ଡି ସହରର ସୁଶ୍ରୀ ତାପସୀ କର  ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। 

      ଏହି ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗିତା  ଗତ ୨୦୨୦ ଡିସେମ୍ବର ମାସ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ମୋଟ ୭ଟି ରାଉଣ୍ଡରେ ବିଭିନ୍ନ ଭଙ୍ଗିର ନୃତ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏସବୁ ୭ଟି ଯାକ ନୃତ୍ୟ ପ୍ରଦର୍ଶନ ରାଉଣ୍ଡ କ୍ରସ କରିବା ପରେ ସେମି-ଫାଇନାଲ ରାଉଣ୍ଡକୁ ଓଡିଶାର ଗଜପତି ଜିଲ୍ଲା ସମେତ ରାଉରକେଲା , ଭୁବନେଶ୍ୱର ଓ ବ୍ରହ୍ମପୁରର ପ୍ରତିଯୋଗୀ ମାନେ ଉତ୍ତୀର୍ଣ୍ଣ ହୋଇଥିଲେ ।

      ଶେଷରେ ଫାଇନାଲ ରାଉଣ୍ଡରେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ସୁଶ୍ରୀ ତାପସୀ କର ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ଗଜପତି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ।

ସେ ପାରଳାଖେମୁଣ୍ଡି ନିବାସୀ ଶ୍ରୀମତି ଲିନା କୁମାରୀ କର ଓ ଶ୍ରୀ ମନୋଜ କୁମାର କର’ଙ୍କ ଏକ ମାତ୍ର ସନ୍ତାନ । ଏହି ସମ୍ମାନ ପଛରେ ପାରଳାଖେମୁଣ୍ଡି ସ୍ଥିତ ମିରାକଲ ଡ୍ୟାନ୍ସ ଗୃପର ପ୍ରତିଷ୍ଠାତା ଶ୍ରୀ ଶୁଭେନ୍ଦୁ ସେନାପତି ଓ ପଦାମୃତ ନୃତ୍ୟାୟନ ଅନୁଷ୍ଠାନର ସଞ୍ଚାଳିକା ଶ୍ରୀମତି ବିନ୍ଦୁପ୍ରିୟା ବେହେରାଙ୍କ ଉଦ୍ୟମ ଓ ଆଶିର୍ବାଦ ସ୍ୱର୍ବଦୌ ପ୍ରଶଂସନୀୟ।।            

Leave A Reply

Your email address will not be published.