ଭଞ୍ଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ବ୍ଲକ ଅନ୍ତର୍ଗତ ହରିଗଡ ପଞ୍ଚାୟତର ଗୋଳାବନ୍ଧ ଗ୍ରାମରେ ମଙ୍ଗଳବାର ମଧ୍ୟ ରାତ୍ରି ରେ ଅଗ୍ନିକାଣ୍ଡଘଟି ୫ ପରିବାରର ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ମଧ୍ୟ ରାତ୍ରିରେ ସମସ୍ତେ ଶୋଇଥିବା ସମୟରେ କୈଣସି ଏକ ଘର ନିଆଁ ଲାଗିଯାଇଥିଲା। କ୍ଷଣିକ ମଧ୍ୟରେ ଅନ୍ୟ ପରିବାର ଘରକୁ ଉକ୍ତ ନିଆ ବ୍ୟାପି ଯିବା ଫଳରେ ୫ ପରିବାରଙ୍କଘରେ ଥିବା ଘର ସରଜାମ ,ଲୁଗାପଟା ଧାନ ଚାଉଳ ପୋଡିବା ସହ ଟଙ୍କା ଓ ସୁନା ମଧ୍ୟ ପୋଡିଯାଇଯାଇଛି। ଅଗ୍ନିକାଣ୍ଡଟି ଅତିଭୟଙ୍କର ଥିଲା ଯେ ଗ୍ରାମବାସୀମାନେ ନିଆଁକୁ ଆୟତ କରିବାରେ ସଫଳ ହେଇନଥିଲେ । ଖବର ପାଇ ସଙ୍ଗେସଙ୍ଗେ ଭଞ୍ଜନଗର ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡ କେମିତି ଘଟିଛି ଏହାର ପ୍ରକୃତ କାରଣ ଜଣାପଡି ନାହିଁ । ଅଗ୍ନିକାଣ୍ଡଟି ସଟ୍ ସର୍କିଟ ଘଟିଥିବା ଅନୁମାନ କରାଯାଉଛି। ଅପରପକ୍ଷରେ ରାଜସ୍ୱ ବିଭାଗର କର୍ମଚାରୀ ମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ବିପନ୍ନ ମାନଙ୍କୁ ପଲିଥିନ ଯୋଗାଇ ଦେଇଛନ୍ତି। ତୁରନ୍ତ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି
Sign in
Sign in
Recover your password.
A password will be e-mailed to you.