ଭଞ୍ଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ଥାନା ଅଧିନ ଭଞ୍ଜନଗର – ଫୁଲବାଣୀ ରୋଡ଼ ମୁଜାଗଡ଼ ନିକଟରେ ରାସ୍ତା କଡରେ ଛିଡା ଏକ ମାଲ ବୋଝେଇ ଟ୍ରକର ପଛପଟକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଟ୍ୟାଙ୍କରର ସାମ୍ନାପଟଟି ଭାଙ୍ଗି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ ଟ୍ୟାଙ୍କରଟି ପାରାଦୀପରୁ ନବରଙ୍ଗପୁର ଜିଲ୍ଲା ରାଇଘର ଅଭିମୁଖେ ଯାଉଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ଟ୍ରକଟିକୁ ପଛପଟୁ ପିଟି ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ ଉଭୟ ଡ୍ରାଇଭର ଓ ହେଲ୍ପର ଆହତ ହୋଇନାହାନ୍ତି। ଉଭୟ ଡେଇଁ ପଡି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଅପରପକ୍ଷରେ ଖବର ପାଇ ଭଞ୍ଜନଗର ପୋଲିସ ପହଂଚି ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.
Prev Post