ବେଲପାହାଡ଼ରେ ଛୁରାମାଡ଼ରେ ଜଣେ ଆହତ। ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ।

0 1

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ର ଜାହାଜପଡ଼ାରେ ଏକ ମଟନ ଦୋକାନରେ ଛୁରାମାଡ଼ ହୋଇ ମଣ୍ଡଳିଆ ଅଞ୍ଚଳର ଜଣେ ୧୭ ବର୍ଷ ବୟସ୍କ ତରୁଣ ଆହତ ହୋଇଛନ୍ତି। ତରୁଣଟିର ନାମ ସୋନି ସାହୁ ଓ ସେ ଉକ୍ତ ମଟନ ଦୋକାନରେ କାମ କରୁଥିଲା। ଅଭିଯୁକ୍ତର ନାମ ମହମ୍ମଦ ଚାନ୍ଦ ଓ ସେ ଲଖନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଚାନ୍ଦ ସାହୁକୁ ମାଂସକଟା କଟୁରୀରେ  ଆକ୍ରମଣ କରିଥିଲା। ମହମ୍ମଦ ଚାନ୍ଦର ଛୁରାମାଡ଼ରେ ସାହୁ ଆହତ ହୋଇଥିବା ବେଳେ ଚାନ୍ଦର ମୁଣ୍ଡରେ ମଧ୍ୟ ସାମାନ୍ୟ ଆଘାତ ଲାଗିଛି।  ଉପସ୍ଥିତ ଲୋକେ ଚାନ୍ଦକୁ କାବୁ କରିଥିଲେ। ସୋନି ସାହୁକୁ ଚିକିତ୍ସା ନିମନ୍ତେ  ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।  ଘଟଣାସ୍ଥଳକୁ ପହଞ୍ଚି ଏସଡିପିଓ ଦିଲୀପ ଦାସ, ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା ପୋଲିସ ଦଳ ସହ ପହଞ୍ଚି ତଦନ୍ତ କରିଛନ୍ତି। ଚାନ୍ଦର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରିଛି।

Leave A Reply

Your email address will not be published.