ସରକାରୀ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଂରକ୍ଷଣ ପାଇଁ ଘୋଷଣା କଲେ ମୂଖ୍ୟମନ୍ତ୍ରୀ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ସରବାହାଲସ୍ଥିତ ହାଇସ୍କୁଲରେ ଆଜି ଏକ ସଭା ଅନୁଷ୍ଠିତ ହୋଇ ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ସରକାରୀ ହାଇସ୍କୁଲର ମେଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସଂରକ୍ଷଣ ଯୋଗାଇ ଦେବାର ଘୋଷଣା ପରେ କୃତଜ୍ଞତା ଜଣାଇବାକୁ ଏକ ସଭାର ଆୟୋଜନ ହୋଇଥିଲା। 

ଓଡ଼ିଶାର ଅନେକ ଛାତ୍ରଛାତ୍ରୀ ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାଆନ୍ତି। ମାତ୍ର ଉପଯୁକ୍ତ କୋଚିଂ ଅଭାବରୁ ଏମାନଙ୍କ ମଧ୍ୟରୁ ଅନେକଙ୍କ ଡାକ୍ତର ବା ଇଂଜିନିୟରି ହେବାର ସ୍ବପ୍ନ ମଉଳିଯାଏ। ତେଣୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଏହାପରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧିନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ।ଏହି କମିଟିରେ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ରହିବେ। ଏହା ଉପରେ ତିନି ମାସ ମଧ୍ୟରେ କମିଟି ନିଜର ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ଏବଂ କମିଟିର ସୁପାରିଶ ଅନୁଯାୟୀ ଆଗାମୀ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ। 

ଆଜିର ଏହି ସଭାରେ ସରବାହାଲ ହାଇସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ,ଅଭିଭାବକ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ମୂଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.