ଭଞ୍ଜନଗର / ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) – ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଚିକିଲି ଗ୍ରାମ ଛକ ମୁଖ୍ୟ ସଡ଼କ କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟ ଓ ଟ୍ରାକ୍ଟର ଗାଡିକୁ ଶୁକ୍ରବାର ରାତି ସମୟରେ ଏକ କାର ଭାରସାମ୍ୟ ହରାଇ ପିଟି ହୋଇଯାଇଛି। ସୂଚନା ମୁତାବକ ତିନୋଟି ନୂତନ ଟ୍ରାକ୍ଟର ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ ରାତି ହୋଇଯିବାରୁ ଚାଳକ ମାନେ ଚିକିଲି ଛକ ନିକଟରେ ବିଶ୍ରାମ ନେଇ ସୋଇଥିବା ବେଳେ ରାସ୍ତା କଡରେ ଠିଆ ହୋଇଥିବା ଟ୍ରାକ୍ଟରଟିକୁ କାରଟି କୌଣସି କାରଣରୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ଯାହା ଫଳରେ ଏହାର ଆଗ ଚକାଟି ଫାଟି ଯାଇଥିଲା ଏଥି ସହିତ ବିଦ୍ୟୁତ ଖୁଣ୍ଟ ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ଘଟଣା ସ୍ଥଳରୁ କାର ଚାଳକ ଜଣଙ୍କ ଚମ୍ପଟ ମାରିଥିବା ବେଳେ ଜଗନ୍ନାଥପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ ରଖି ତଦନ୍ତ ଆରମ୍ଭ କରିଛି
Sign in
Sign in
Recover your password.
A password will be e-mailed to you.