ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୌଡ଼ଗାଁ ଖେଲ ପଡିଆରେ ବିଜେଡି ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ବୀରମହାରାଜପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲାଯୁବ ସଭାପତି ଅଶୋକ ନନ୍ଦ, ବରିଷ୍ଠ ବିଜେଡି ନେତା ଶୟମ୍ଭୁନାଥ ଖଣ୍ଡଗିରି , ସନ୍ତୋଷ ଭୁକ୍ତା, ବିନିକା ବ୍ଲକ ସଭାପତି ଦ୍ବାରିକାନାଥ , ସୋମନାଥ ମିଶ୍ର, ବିନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନନ୍ଦ, ସରକାରୀ ଓକିଲ ଶ୍ରୀନିବାସ ଚାନ୍ଦ୍, ଉଲୁଣ୍ଡା ବ୍ଲକ ସଭାପତି ଝସକେତନ ବଘାର, ସମ୍ପାଦକ ବିହାରୀଲାଲ ମିଶ୍ର ,ଜିଲ୍ଲା ମହିଳା ସଭାପତି ପଦ୍ମିନୀ ବଘାର, ଉଲୁଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଶୋକ ପଣ୍ଡା, ଉତ୍ତର ପାତ୍ର, ସୀତାରାଣୀ ମହାନନ୍ଦିଆ ଉପସ୍ଥିତ ଥିଲେ । ଝସକେତନ ବଘାର ସଭା ସଂଯୋଗ କରିଥିଲେ । ବୀରମହାରାଜପୁର ସରକାରୀ ଓକିଲ ଶ୍ରୀନିବାସ ଚାନ୍ଦ ଉଲୁଣ୍ଡା ଓ ବୀରମହାରାଜପୁର କୁ ଏନ ଏସି ଘୋଷଣା କରିବାକୁ ଦାବି କରିଥିଲେ । ରବିନ୍ଦ୍ର ପାତ୍ର ଧନ୍ଯବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଲୁହା, ଚଢେଇପଙ୍କ ସମିତି ସଭ୍ଯା ସସ୍ମିତା ବେହେରା, ମୁଣ୍ଡଘାଟ ସରପଞ୍ଚ ରଞ୍ଜିତା ଭୋଇ, ଉଲୁଣ୍ଡା ସରପଞ୍ଚ ସନ୍ତୋଷିନୀ ଭୋଇ, ଦୁର୍ଯ୍ୟାତୈଲା ସରପଞ୍ଚ ରଞ୍ଜିତ ଖେତି, ବହଲପଦର ସମିତି ସଭ୍ଯ ପିତାମ୍ବର ସାହୁ, ଶେଷଦେବ ବାରିକ, ଚଡେଇପଙ୍କ ସରପଞ୍ଚ ଦୁର୍ଯ୍ୟୋଧନ ପରଡିଆ, ସୁବଳୟା ସରପଞ୍ଚ ପ୍ରତିନିଧି ଲଳିତ ପାତ୍ର, ଯାଲୋଏ ସରପଞ୍ଚ ପ୍ରତିନିଧି ସଞ୍ଚୟ ପ୍ରକାଶ ବଘାର, ଖେମାଲୋଏ ସରପଞ୍ଚ ପ୍ରତିନିଧି ମନ ପଧାନ ସମତେ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ର ବହୁ ବିଜେଡି କର୍ମୀ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.