ଭଞ୍ଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ଥାନା ଅନ୍ତର୍ଗତ ସହରର ନାରାୟଣ ମନ୍ଦିର ସାହିରେ ବାସ କରୁଥିବା ପୁର୍ଣରାଜୁ ଙ୍କ ସ୍ତ୍ରୀ ରିଙ୍କି ରାଜୁ ( ୩୧) ଆଜି ଅପରାହ୍ନ ୩ଟା ସମୟରେ ଝୁଲନ୍ତାମୃତ ଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ଘରର ସମସ୍ତ ପରିବାର ସଦସ୍ୟ ଭୋଜି ଖାଇ ଯାଇ ଘରକୁ ଫେରି ଦେଖିବା ବେଳକୁ ରିଙ୍କି ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ପରିବାର ଲୋକେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭଞ୍ଜନଗର ପୋଲିସ ପହଂଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେସ ନମ୍ବର ୭୮/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି
Sign in
Sign in
Recover your password.
A password will be e-mailed to you.
Prev Post