ବହୁ ପ୍ରତୀକ୍ଷିତ ଅଣୁ ଜୈବସାର ପ୍ରକ୍ରିୟାକରଣକୁ ଉଦ୍ଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ସ୍ଥାନୀୟ ପାର୍କ ରୋଡ଼ରେ ଥିବା ଫିସେରି ନିକଟରେ ୧ଏକର ଜାଗାରେ ୧କୋଟି ୩ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ପ୍ରଣାଳୀରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ବହୁ ପ୍ରତୀକ୍ଷିତ ଅଣୁ ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ରକୁ ଆଜି ରାଜ୍ୟ ସରକାର ଙ୍କ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଏନ.ଏ. ସି ପ୍ରଶାସକ ତଥା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଅନୀଲ କୁମାର ସେଠି,ଏନଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ,ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା,ସୁଧୀର ରଞ୍ଜନ ବେହେରା, ସୁନିତା ଦଳବେହେରା ଉପସ୍ଥିତ ଥିଲେ। କାଯ୍ୟକ୍ରମ କୁ ସମାଜସେବୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳରୁ ସଂଗ୍ରହ ହେଉଥିବା ଓଦା ଆବର୍ଜନା ରୁ ଜୈବିକ ସାର ଓ ଶୁଖିଲା ଆବର୍ଜନା କୁ ପୁନଃ ବ୍ୟବହାର ଯୋଗ୍ୟ କରିବା ପାଇଁ ଏହି କେନ୍ଦ୍ର କାର୍ଯ୍ୟ କରିବ।ଏସ.ଏଚ.ଜି ଗ୍ରୁପର ମହିଳାମାନେ ଜୈବିକ ସାର କୁ ସରକାରଙ୍କ ମୋ ଖତ ଯୋଜନାରେ ସାମିଲ କରି ଅର୍ଥ ରୋଜଗାର କରିପାରିବେ ଏବଂ ଭଞ୍ଜନଗର ସହର ର ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରିବ।ବର୍ଜ୍ୟ ବସ୍ତୁ ପରିଚାଳନା ରେ ଏହି କେନ୍ଦ୍ର ସହାୟକ ହେବ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.