କିଏ ଭାବିବ ଏଇ ଜନ୍ତୁ ଜଣକ ବାଇକ ଚୋର ବୋଲି !!!

0

ଅପରାଧର ନିଆରା ଶୈଳୀ ଆପଣେଇଥିଲେ ଯୁବକ 

ଯୁବତୀ ବେଶରେ ଅପରାଧ କରୁଥିଲେ, ଆଜି ବନ୍ଧା ହେଲେ  

ଝାରସୁଗୁଡ଼ା :(ସୁଭାଷ ସହାରେ)-ଅପରାଧପ୍ରବଣତା ମଣିଷକୁ ନୂଆ ନୂଆ ଉପାୟ ଅବଲମ୍ବନ କରି ଅପରାଧ କରିବାକୁ ପ୍ରୋତ୍ସାହନ ଯୋଗାଏ। ଅପରାଧି ଥରେ ଥରେ ଏପରି ଉପାୟ ଅବଲମ୍ବନ କରେ ଯେ ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। କିନ୍ତୁ ଧରାପଡ଼ିଲା ପରେ ଲୋକହସା ମଧ୍ୟ ହେବାକୁ ହୁଏ। ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଅଞ୍ଚଳର ଗୁମାଡେରାର ଦୁର୍ଗାମଣ୍ଡପ ପଛପଟେ ଗୁଆଲପଡ଼ାରେ ରହୁଥିବା ମନୋଜ ଦୁବେଙ୍କ ପୁଅ ଶିବମ ଦୁବେ ଏହିପରି ଏକ ଭିନ୍ନ ଶୈଳୀରେ ଅପରାଧ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡ଼ିଛି। 

ସୂଚନା ଅନୁଯାୟୀ, ଶିବମ ଅନେକ ସମୟରେ ଯୁବତୀ ବେଶରେ ଚୋରି କାର୍ଯ୍ୟରେ ଲିପ୍ତ ଥିଲା। ଗତ ୧୪ ତାରିଖରେ ଗୁମାଡେରା ଦୁର୍ଗାପୂଜା କମିଟି ତରଫରୁ କାଳୀପୂଜା ଅନୁଷ୍ଠିତ ହେଉଥିଲା। ଏହି ପୂଜାରେ ଯୋଗଦେବାକୁ ଆସିଥିବା ଜନୈକ ପୂଜକ ବବି ଦାଶଙ୍କ ହିରୋ ଗ୍ଲେମର ବାଇକ ଚୋରି ହୋଇଯାଇଥିଲା। ପରଦିନ ସକାଳେ ପୂଜା ସମ୍ପନ୍ନ କରି ସେ ବାହାରିବା ବେଳକୁ ନିଜ ବାଇକ ଦେଖିବାକୁ ପାଇ ନଥିଲେ। ଏ ନେଇ ସେ ଥାନାରେ ଏକ ଏତଲା ଦେଇଥିଲେ। ଏତଲାର ମାସେ ପରେ ପୋଲିସ ତଦନ୍ତରୁ ଶିବମ ବାଇକ ଚୋରି କରିଥିବା ଜଣା ପଡ଼ିଥିଲା। ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ମଧ୍ୟ ଶିବମ ଯୁବତୀ ବେଶରେ ଅପରାଧ ଭିଆଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.