ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) : ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀର ବୁଗୁଡା ବ୍ଲକ ବି.କରଡାବାଡ଼ି ପଂଚାୟତରେ ହୋଇଥିବା ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ନିତ୍ୟନନ୍ଦ ବିପୁଳ ଭୋଟରେ ନିକଟତମ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟ ହୋଇଛନ୍ତି। ଏହି ବିଜୟ ଆଗକୁ ଅସୁଥିବା ପଞ୍ଚାୟତ ଭୋଟ ବିଜେଡିକୁ ବହୁତ ମହଙ୍ଗା ପଡିବା ସହ ବିଜେପି କର୍ମୀ ମାନଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋରଧରିଛି। ତା ସହ ବୁଗୁଡା ବ୍ଲକରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟକୁ ନେଇ ଖୁସି ଖେଳିଯାଇଛି। ଏହାକୁ ନେଇ ଘୁମୁସର ବିଜେପି ସଭାପତି ଗୋକୁଳାନନ୍ଦ ମଳିକ ଓ ଉପସଭାପତି ପ୍ରଭାକର ପଣ୍ଡା ଉଭୟେ କର୍ମୀମାନଙ୍କୁ ସର୍ବୋପରି ଭୋଟରମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗକୁ ଆସୁଥିବା ନିର୍ବାଚନରେ ଜୋରଦାର ପଂଚାୟତ ସଂଗଠନ କାର୍ଯ୍ୟକ୍ରମ ଆରମ୍ଭ କରି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି। ବିଜେଡି ପଂଚାୟତମାନଙ୍କରେ ଯେଉଁଭଳି ପାତରଅନ୍ତର କରିଛି ତାହାର ଜବାବ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦେଇ ବିଜେପିକୁ ବିଜୟ କରିବେ ବୋଲି ଶ୍ରୀ ମଳିକ ଓ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.