ସରପଞ୍ଚଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟ

0

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ଗୌଡ଼ମାଲ, ନିଲଜିପତ୍ରା, ଡୁଙ୍ଗରିପାଲି, କୁର୍ମା, ସିକାରିପାଲି ଗ୍ରାମ ମାନଙ୍କ ରେ ଉନ୍ନୟନ ମୂଳକ କାର୍ଯ୍ୟ ତଥା ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା ତରଫରୁ ୨୦ଲକ୍ଷ ଟଙ୍କାର ପଞ୍ଚାୟତ ଅଫିସ ଠାରେ ଗେଷ୍ଟ ହାଉସ ନିର୍ମାଣ କରିବାକୁ ନେଇ ସାଧାରଣ ରେ ଆନନ୍ଦ ପ୍ରକାଶ ପାଇ ଆଲୋଚନା ହେଉଛି।ସୂଚନା ଅନୁସାରେ ଲଉଡିଦରହା ପଞ୍ଚାୟତର ସରପଞ୍ଚ ବଳରାମ ଖମାରି ୨୦୧୭ମସିହାରେ ସରକାର ଙ୍କ ଦ୍ଵାରା ପ୍ରସ୍ତୁତ ପିଠା କାର୍ଯ୍ୟକ୍ରମରେ ସଫଳ ହୋଇ ବ୍ଲକ ପକ୍ଷ ରୁ ପ୍ରଶଂସିତ ହୋଇଥିଲେ।ପଞ୍ଚାୟତ ରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭିନ୍ନ ସ୍ଥାନ ରେ ଉନ୍ନୟନ ମୂଳକ କାର୍ଯ୍ୟ ର ପୂର୍ଣ୍ଣାଙ୍ଗ ହେବାକୁ ଯାଉଥିବା ଦେଖିବାକୁ ମିଳୁଛି।ଲଉଡିଦରହା ପଞ୍ଚାୟତର ଡୁଙ୍ଗରିପାଲି ଗ୍ରାମ ଠାରେ ପନିପରିବା ଚାଷୀ ମାନଙ୍କ ସୁବିଧା ନିମନ୍ତେ ପନିପରିବା ବଜାର ଆରମ୍ଭ କରିଛନ୍ତି।covid19 ପାଇଁ ଦୀର୍ଘ ୧୦ ମାସ ବଜାର ବନ୍ଦ ରହିଥିଲା।ପନିପରିବା ଚାଷୀ ମାନେ ସରପଞ୍ଚ ଙ୍କ ଠାରେ ଅଭିଯୋଗ କରିବାରୁ ଗତ ୨୧/୧୨ ସୋମବାର ମାସ୍କ ବାଣ୍ଟି ବଜାର ଶୁଭାରମ୍ଭ କରିଥିଲେ।ଚାଷୀମାନେ ତଥା ଜନସାଧାରଣ ସରପଞ୍ଚଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.