ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ପ୍ରଥମ ମ୍ୟାଚରେ ଚଣ୍ଡୀପାଲି ଦଳ ଲୋହାରପାଲି ଦଳ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ତାଲପଦର ଦଳ ଉପରବାହାଲ ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ ଚଣ୍ଡୀପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ମଧ୍ୟରେ ସମସ୍ତ ଉଇକେଟ ହରାଇ ୫୯ ସଂଗ୍ରହ କରିଥିଲେ। ଏହାର ଜବାବରେ ତାଲପଦର ୮ ଓଭରରେ ୩ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। । ମ୍ୟାଚ ଶେଷରେ ସୁଶାନ୍ତ ସେଠ ଓ ଅନୀଲ ସାହୁ ଅତିଥି ରୂପେ ଯୋଗଦେଇ ତାଲପଦର ଦଳର ରାଘବଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ପ୍ରମୋଦ, ନିରନ ଓ ସୁବ୍ରତ ଅମ୍ପାୟାରିଂ, ସ୍ବରାଜ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ସୁନୀଲ ଓ ଦିଲୀପ ଧାରାବିବରଣୀ ପ୍ରଦାନ କରିଥିଲେ। ପ୍ରବୀଣ, ହରେଶ, ପରେଶ, ରଜତ, ଦୀପକ, ଛୋଟୁ, ସ୍ବୟଂ ଓ ସଚିନ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା :ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ନାମରେ ନାମିତ ହେଲା
Next Post