ଦୁର୍ଗାପ୍ରସାଦ ରୁ ଗଞ୍ଜେଇ ଓ କାର ଜବତ ସହ ୨ ଗିରଫ

0

  ଭଞ୍ଜନଗର ( ନିଲୁ ବିଷୋୟୀ ) – ଗଂଜାମ – କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ଠାରେ ଭଞ୍ଜନଗର ପୋଲିସ ସୋମବାର ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହୋଣ୍ଡାସିଟି କାରରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ପୋଲିସ ଉକ୍ତ କାରଟିକୁ ଅଟକାଇ ଜବତ କରିବା ସହ ସେଥିରୁ ୫୪.୪୬୦ କେଜି ଗଞ୍ଜେଇ ବାହାର କରିଥିଲା। ଏହି ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ସମ୍ମୁଏଲ ଦିଗାଲ ଓ ବାଦଲ ମଲ୍ଲିକ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ବାଲିଗୁଡା ରୁ ଭୁବନେଶ୍ୱର  ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ଦୁର୍ଗା ପ୍ରସାଦ ନିକଟରେ ସେମାନଙ୍କ ଧରିଥିଲା। ଏ ନେଇ ଏଡ଼ିପିସ୍ ଆକ୍ଟ ଅନୁସାରେ କେଶ ନମ୍ବର ୬୫୪/୨୦ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.