କ୍ରିଷ୍ଣା କପ୍ କ୍ରିକେଟ୍ ଉଦଘାଟିତ: କୁଚିପାଲି ସେମିରେ

0

ପଦ୍ମପୁର(ଶାସକ ପ୍ରଶାସକ):ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଖଇରପାଲି ଦଳ ଚିଙ୍ଗେରବନ୍ଧ ଦଳ ଦଳକୁ  ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ କୁଚିପାଲି ଦଳ ସିଂହନପୁର ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ କୁଚିପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୨ ଉଇକେଟ ରେ ୧୫୩ ସଂଗ୍ରହ କରିଥିଲେ। ଏହାର ଜବାବରେ ଖଇରପାଲି ସମସ୍ତ ଉଇକେଟ ହରାଇ ୧୧୫ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ଆଜିର ଉଦଘାଟନୀ ଉତ୍ସବରେ ସୁରେନ୍ଦ୍ର ରଣା ମୁଖ୍ୟ ଅତିଥି ଏବଂ ମୀନକେତନ ସାହୁ ଓ ବିଜୟ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟିତ କରିଥିଲେ। ମ୍ୟାଚ ଶେଷରେ ମାଧବ ସାହୁ ଅତିଥି ରୂପେ ଯୋଗଦେଇ କୁଚିପାଲିର ରୁନୁଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ସନମ, ଆଲୋକ ଓ ଦୀପକ ଅମ୍ପାୟାରିଂ, ସ୍ବରାଜ, ସୁଜିତ ଓ ରଜତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଆନନ୍ଦ ଓ ଅନୀଲ ଧାରାବିବରଣୀ ପ୍ରଦାନ କରିଥିଲେ। ପ୍ରଦୀପ, ପ୍ରଶାନ୍ତ, ନିରନ, ସୁବ୍ରତ, ପରେଶ, ଛୋଟୁ, ସଚିନ ଓ ମାନସ ସହଯୋଗ କରିଥିଲେ।

Leave A Reply

Your email address will not be published.