ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ।

0

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରି ଥିବା ନେଇ ପିଡିତାଙ୍କ ବାପା ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ପୋଲିସ ଥାନା କେସ ନମ୍ବର ୨୨୩/୨୦୨୦ ପୋକ୍ସ ଆକ୍ଟରେରେ ଏକ ମାମଲା ରୁଜୁ କରିଛି। ହେଲେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଜଣକ ହେଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ସାଲେସିଂ ଗ୍ରାମର ମଣ୍ଟୁ ନାଏକ(୧୯)।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଦୁଷ୍କର୍ମ ପିଡିତା ନାବାଲିକଙ୍କ ବାପା ଗତ ୨୦ ତାରିଖରେ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ନାବାଳିକା ଝିଅ କେଉଁ ଆଡେ ନିଖୋଜ ଥିବା ନେଇ ଜଣାଇଥିଲେ।ଏହା ପରେ ପୋଲିସ ତଦନ୍ତ କରି  ଉଭୟ ପୁଅ ଓ ଝିଅ ଫେରାର ଥିବା ଜାଣିବାକୁ ପାଇବା ସହ ଥାନାକୁ ଆଣି ଥିଲେ। ପୋଲିସ ଉଭୟ ଯୁବକ ଓ ନାବାଳିକାକୁ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଡାକ୍ତରୀମାଇନା କରିଛନ୍ତି। ହେଲେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ  ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.