ପରୀ ହତ୍ୟାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ନେଇ ରେଢ଼ାଖୋଲ ବିଜେପି ପକ୍ଷରୁ ପଦଯାତ୍ରା ।

0

 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):  ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ରେଢ଼ାଖୋଲରେ ରାଜ୍ୟ କାର୍ଯ୍ୟ କରେନି ସଦସ୍ୟ ତଥା ରେଢ଼ାଖୋଲ ର ପୂର୍ବତନ ବିଧାୟକ ପର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ପରୀକୁ ନ୍ୟାୟ ଦାବିରେ ରେଢ଼ାଖୋଲରେ ଏକ ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରାଟି ରାଜବାଟି ଠାରୁ ଆରମ୍ଭ ହୋଇ ରଥସାହି , କଲେଜ ଛକ , ଭୀମଭୋଇ ଛକ ଦେଇ ରେଢ଼ାଖୋଲ ସହର ପରିକ୍ରମା କରି ସମାପ୍ତ ହୋଇଥିଲା ।  ଏହି ପଦଯାତ୍ରାରେ ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର ଯୋଗଦେଇ ପରୀ ଭଳି ସାରା ଓଡ଼ିଶାରେ ୫ ହଜାର ଶିଶୁ ନିଖୋଜ ଅଛନ୍ତି ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ୮୦  ଜଣ ଶିଶୁ ନିଖୋଜ ଅଛନ୍ତି ତାର‌  ମଧ୍ୟ ଆଜି ଯାଏଁ ପତ୍ତା ମିଳିନାହିଁ ଏବଂ

ନୟାଗଡର କୁନି ଝିଅ ପରିକୁ କିଭଳି ନିର୍ମମ ଭାବରେ ହତ୍ୟା କରାଯାଇଛି ‌। ଗୋଟିଏ ଗରିବ ବାପାମାଙ୍କ ଛୋଟ ଝିଅକୁ ଯେଉଁଭଳି ଭାବରେ ହତ୍ୟା କରାଗଲା ପରବର୍ତ୍ତି ସମୟରେ ସେଠାକାର ପୋଲିସ,ପ୍ରଶାସନ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକା ସନ୍ଦେହ ଘେରକୁ ଆସୁଛି । ମାକୁ ସମ୍ମାନ ର କଥା କହୁଥିବା  ସରକାର ଆଜି ଗୋଟିଏ ଗରିବ ପରିବାରକୁ ନ୍ୟାୟ ଦେବାକୁ ଅସମର୍ଥ ,ପୋଲିସ ଆଜି ଶାସକ ଦଳର ମନ୍ତ୍ରୀଙ୍କ ଇସାରାରେ ତଦନ୍ତକୁ ବାଟବଣା କରିବା ସହିତ ପରୀର ପରିବାର ଉପରେ ଚାପ ସୃଷ୍ଟି କରୁଛି  ପରିର ହତ୍ୟାକାରୀକୁ ନ୍ୟାୟ ପ୍ରଦାନ ପାଇଁ CBI ତଦନ୍ତ ଦାବି ଓ ତଦନ୍ତ କୁ ବାଟବଣା କରୁଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ପାଇଁ  ରେଢ଼ାଖୋଲରେ ଆଜି ଏହି ପଦଯାତ୍ରା କରାଯାଛି ବୋଲି କହିଛନ୍ତି । ଏହି ପଦଯାତ୍ରାରେ ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ , ଉପସଭାପତି ବିଚିତ୍ରାନନ୍ଦ ସାହୁ , ସଂପାଦକ ଅନିଲ ବେହେରା ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶ୍ବିନୀ ମାଝୀ , ସାଂସଦ ପ୍ରତିନିଧି ଶିବରାମ ସାହୁ , ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ସାହୁ , ସମିତି ସଭ୍ୟ ବିଦେଶୀ ସାହୁ , ପୂର୍ବତନ ଏନ‌ଏସି ଅଧ୍ୟକ୍ଷା ସୁଷମା ମୁଣ୍ଡା , ନଗର ସଭାପତି ରାମାନୁଜ ମହାପାତ୍ର, ସାଧାରଣ ସଂପାଦକ ନରେନ୍ଦ୍ର ମଲ୍ଲିକ , ମହିଳା ମୋର୍ଚ୍ଚା ସଭାପତି ମଞ୍ଜୁସା ପ୍ରଧାନ,  ଯୁବ ମୋର୍ଚ୍ଚା ସଭାପତି ଅମର କୁମାର ସିଂ , ସରୋଜ ପ୍ରଧାନ ,  ସୁରେଶ ଭିତିରିଆ , ଲବ ଷଣ୍ଢ , ଚେରେଙ୍ଗା ଦେହୁରୀ , ପ୍ରକାଶ ପ୍ରଧାନ , ଦିଲ୍ଲୀପ ପ୍ରଧାନ ସମେତ ସମସ୍ତ ମଣ୍ଡଳର ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.