ଜିଲ୍ଲାସ୍ତରୀୟ କଳା ଉତ୍ସବ ୨୦୨୦-୨୧

0

http://www.youtube.com/watch?v=H6lHbaQfOCs 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ପ୍ରେକ୍ଷାଳୟରେ ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ ୨୦୨୦-୨୧ ଓଡିଶା ସ୍କୁଲ ଶିକ୍ଷା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଉଦଘାଟନ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଉଦ୍ଦେଶ୍ୟ ଜ୍ଞାପନ କରି କଳା ଓ ସଂସ୍କୃତିର ବଜାୟ ରଖିବା ପାଇଁ ବିଦ୍ୟାଳୟ ସ୍ତରରେ ଏହା ଏକ ସଚେତନ କାର୍ଯ୍ୟକ୍ରମ ପ୍ରୟାସ ବୋଲି କହିଥିଲେ। 

ଅନ୍ୟ ମାନଙ୍କ ମଧ୍ୟରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା , ଗୁରୁ ରଘୁନାଥ ପାତ୍ର , ମୂରଲୀଧର ପରିଛା  ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ମହାବିଦ୍ୟାଳୟରୁ ୨୫ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାର  ପ୍ରାରମ୍ଭିକ ସ୍ତରରେ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ୯ ଜଣ ପ୍ରତିଯୋଗୀ ଚିତ୍ରାଙ୍କନ , ସଂଗୀତ ,ନୃତ୍ୟ , ବାଦ୍ୟ ଚାଳନାରେ ଜୋନାଲ ସ୍ତର ପାଇଁ ଅଂଶ ଗ୍ରହଣ କରିଥିଲେ। ସିଡି ମାଧ୍ୟମରେ ୫ ମିନିଟ୍ ର ଭିଡିଓ କରାଯାଇ ଜୋନାଲ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ / ପ୍ରକଳ୍ପ ସଂଯୋଜକଙ୍କୁ ପ୍ରେରଣ କରାଯାଇଛି।

 ଏହି ସମସ୍ତ କାର୍ଯ୍ୟକ୍ରମକୁ  ଅନୁସୂଚିତ ଜାତି ଓ ଜନଜାତି ସଂଯୋଜକ ସନ୍ତୋଷ କୁମାର ସାହୁ କୋଭିଡ୍ -୧୯ ଗାଇଡଲାଇନ୍ ଅନୁସାରେ ଓ ସାମାଜିକ ଦୂରତା ରକ୍ଷା କରି ପରିଚାଳନା କରିଥିଲେ।

Leave A Reply

Your email address will not be published.