ନୂତନ କୃଷି ଆଇନ ଉପରେ ବିଜେପି ତରଫରୁ ଆଲୋଚନା ସଭା ଆୟୋଜିତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)- କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ନୂତନ କୃଷି ଆଇନ ସମର୍ଥନରେ ଆଜି ଭାରତୀୟ ଜନତା ପାର୍ଟିର ଝାରସୁଗୁଡ଼ା ଜିଲ୍ଲା କୃଷକ ମୋର୍ଚ୍ଚା ଏକ ଆଲୋଚନା ସଭା ଅନୁଷ୍ଠିତ କରିଥିଲା। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ କୃଷି ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ବରଗଡ଼ରେ ଆସନ୍ତା ୨୨ ଡିସେମ୍ବରରେ ଏକ କୃଷି ସମ୍ମିଳନୀ  କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। 

ଆଜିର ଏହି ବୈଠକରେ କୃଷକ ମୋର୍ଚ୍ଚାର ଝାରସୁଗୁଡ଼ା ଜିଲ୍ଲା ସଭାପତି ଉପାଧ୍ୟାୟ ପାଣିଗ୍ରାହୀ ନୂତନ କୃଷି ଆଇନରେ ଚାଷୀମାନଙ୍କ ଦ୍ବାରା ଧାନ କ୍ରୟ ଓ ବିକ୍ରୟ ବିଷୟରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ବିଭିନ୍ନ ମାର୍କେଟ ୟାର୍ଡ ଓ ପେକ୍ସଠାରେ ଜିଲ୍ଲାର ଆଠ ଜଣ ମୋର୍ଚ୍ଚା ସଦସ୍ୟ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ସହ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି। ବରଗଡ଼ଠାରେ ହେବାକୁ ଥିବା ସମ୍ମିଳନୀରେ ଝାରସୁଗୁଡ଼ା ଜିଲ୍ଲାର ୫୦୦ ଚାଷୀ ଯୋଗଦେବା ପାଇଁ ସ୍ଥିର କରାଯାଇଛି। ବୈଠକରେ ଉପସ୍ଥିତ ରହି ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ରଞ୍ଜନ ପଟେଲ ପ୍ରମୁଖ ବିଭିନ୍ନ କୃଷି ଯୋଜନା ଉପରେ ଆଲୋଚନା କରିଥିଲେ। 

ଉକ୍ତ ବୈଠକରେ ଅରୁଣ କୁମାର ବେହେରା, ମୁରାରୀ ପାଣିଗ୍ରାହୀ, ପ୍ରସନ୍ନ ପଣ୍ଡା, ଦୁର୍ଗା ଶଙ୍କର ସେଠ, ରଶ୍ମିରଞ୍ଜନ ଟେନୀ, ଗୋଲାପ ପଟେଲ, ସୁଧାକର ସା, ଅକ୍ଷୟ ରାଉତ, ମାଧବ ପ୍ରସାଦ ପାଣିଗ୍ରାହୀ, ସତ୍ୟନାରାୟଣ ଶର୍ମା ପ୍ରଭୃତି ଉପସ୍ଥିତ ଥିଲେ। କୃଷକ ମୋର୍ଚ୍ଚାର ଜିଲ୍ଲା ସାଧାରଣ ସଂପାଦକ ଦ୍ବିତୀୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.