ବିଧାୟିକା ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ : ଉନ୍ନତିମୂଳକ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ

0

ଟିଟିଲାଗଡ,(ଗୌରବ ଦର୍ଜୀ)- ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ , ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ ପୌରପରିଷଦର ବୈଠକ ଅନୁଷ୍ଠିତ କରିଥିଲେ। ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣା ଓ ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ଙ୍କ ସହ ପୂର୍ତ୍ତ ବିଭାଗ, ପୌରପରିଷଦ, ଓ ରେଲବିଭାଗ ର ସଦସ୍ୟ ଉପସ୍ଥିତ ଥିଲେ। ଟିଟିଲାଗଡରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରିବା ସହ ଅଟକି ରହିଥିବା କାର୍ଯ୍ୟ କିପରି ଆରମ୍ଭ ହୋଇ ପାରିବ ତାହା ଆଲୋଚନା କରିଥିଲେ। ଦୀର୍ଘ କୋଡ଼ିଏ ବର୍ଷ  ର ଦାବି ହେଉଥିବା ପ୍ରାୟ ଚଉଷଠି କୋଟି ଟଙ୍କା ରେ ନିର୍ମାଣ ହେଉଥିବା ରେଳବାଇ ଓଭର ବ୍ରିଜ ବର୍ତ୍ତମାନ ଶେଷ ହେବା ପାଇ ରହିଛି। +୩ ମହିଳା ବିଦ୍ୟାଳୟ ପାଇଁ ଚାଁରଭଟା ରେ ନୂତନ ସରକାରୀ ବସ୍ ଷ୍ଟାଣ୍ଡ ର ସାମ୍ନା ରେ ସ୍ଥାନ ନିରୂପଣ ହୋଇଥିବା ବେଳେ କାମ ଶୀଘ୍ର ଆରମ୍ଭ କରିବା ପାଇଁ କହିଛନ୍ତି। ଟିଟିଲାଗଡ ସହର ରେ ଥିବା ମୁଖ୍ୟ ଡ୍ରେନେଜ୍ ସମସ୍ୟା କୁ ଦୂର କରିବା ପାଇଁ ପୌରପରିଷଦ କୁ କହିଛନ୍ତି। ଟିଟିଲାଗଡ ର କୁମୁଡ଼ା  ପାହାଡ କୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ବିଭିନ୍ନ ବିଭାଗ ରୁ ଟଙ୍କା ସ୍ଵୀକୃତି କରିବାପାଇଁ ଉପ ଜିଲ୍ଲାପାଳ ଙ୍କୁ ନିବେଦନ କରିଥିଲେ। ରୋପ ୱେ ତିଆରି ପାଇଁ ହେଉଥିବା ଅସୁବିଧା କୁ କିପରି ଦୂର କରାଯିବ ତାହା ଆଲୋଚନା କରିଥିଲେ। ଦେଓ ବନ୍ଧ, ମହାରାଜ ସାଗର ସହିତ ମୁଡ଼ା ବନ୍ଧ ର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟ କରଣ  ପାଇ ଆଲୋଚନା କରିଥିଲେ। ଟିଟିଲାଗଡ ରେ ଏକ ଆଇଟିଆଇ କଲେଜ ନିର୍ମାଣ ପାଇଁ ଅନେକ ଦିନ ରୁ ଅଟକି ରହିଥିବା  ଇଡକୋ ନେଇଥିବା ଟେଣ୍ଡର କିପରି ଶୀଘ୍ର ଆରମ୍ଭ ହେବ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ଜିଲ୍ଲାପାଳ ଙ୍କୁ କହିଛନ୍ତି। ଟିଟିଲାଗଡ ର ହାଟପଦା ପଡା ରେ ନିର୍ମାଣ ହୋଇଥିବା ଭୂତଳ ପୋଲ ରେ ପାଣି ଜମା ହେଉଥିବା ସମସ୍ୟା କୁ ଦୂର କରିବା ପାଇଁ ରେଳ ବିଭାଗ କର୍ମଚାରୀ ଙ୍କୁ ଗୋଟିଏ ମାସ ର ସମୟ  ମଧ୍ୟରେ ଦୂର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଟିଟିଲାଗଡ ଜୋର୍ ନିକଟରେ ଥିବା ଶ୍ମଶାନ ର ଉନ୍ନତିକରଣ କାର୍ଯ୍ୟ ତଦାରଖ କରିଥିଲେ।  ମନ୍ତ୍ରୀଙ୍କ ସହ ଜିଲ୍ଲାପାଳ , ଉପ ଜିଲ୍ଲାପାଳ ଓ ଅନ୍ୟାନ୍ୟ କର୍ମଚାରୀ ସହର ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଗୁଡ଼ିକ ପରିଭ୍ରମଣ କରି ଯଥା ଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.