ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ମହିଳା ପୋଲିସଙ୍କୁ ଧୋକା ଦେବା ଅଭିଯୋଗରେ ପୋଲିସ ଅଟକ ରଖିଛି ଜଣେ ପୋଲିସ ଅଧିକାରୀଙ୍କୁ l ସେଇ ବରିଷ୍ଠ ଅଧିକାରୀ ଜଣକ ହେଉଛନ୍ତି ମାଲକାନଗିରି ଡିଏସପି ଅକ୍ଷୟ କୁମାର ନାୟକ। କଳାହାଣ୍ଡି ଜିଲା କେସିଙ୍ଗା ପୋଲିସ ଅକ୍ଷୟ କୁମାର ନାୟକଙ୍କୁ ଗତକାଲି ତାଙ୍କୁ ଏଠାରୁ ଧରି ନେଇଛି । ଡିଏସପି ଅକ୍ଷୟ କୁମାର ଜୈନେକ ମହିଳା କନଷ୍ଟେବଳଙ୍କୁ ବିବାହ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଏହାସହ ଯୌନ ନିର୍ଯାତନା ଓ ବ୍ଲାକ୍ ମେଲିଂ କରିଥିବା ଅଭିଯୋଗ ରହିଛି । କେସିଙ୍ଗା ଥାନାରେ ଏସଡିପିଓ ଥିଲାବେଳେ ଜୈନେକ ମହିଳା କନଷ୍ଟେବଳଙ୍କୁ ବିବାହ କରିଥିଲେ ।
Sign in
Sign in
Recover your password.
A password will be e-mailed to you.