ବାରିପଦା(ଦିଲ୍ଲୀପ ମହାନ୍ତି )–ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ବାସାଘୁଟୁ ଗ୍ରାମର ଦେଵେନ୍ଦ୍ର ହେମ୍ରମ ଙ୍କ ୮ବର୍ଷର ନାବାଳକ ପୁଅ ଦଶରଥ ଶନିବାର ଛେଳି ଚରାଇବାକୁ ଯାଇ ଘରକୁ ଫେରି ନ ଥିଲା ।ଆଜି ଘର ପାଖରୁ ୧ କିମି ଦୂର ଵାସାଘୁଟୁ-ତୁଣ୍ଟିପାଣି ଗାଁ ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରି ପଡିଥିବା ଖବର ପାଇ ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ଏବଂ ବାଦାମପାହାଡ ଥାନା ଅଧିକାରୀ ବିଜୟ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ମୃତ ନାବାଲାକର ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ ।ପରେ ପୁଲିସ ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମର ସହାୟତା ନେଇ ବାସଘୁଟୁ ଗ୍ରାମର ଲାଲମୋହନ ତିରିଆ(୪୫)କୁ ପୋଲିସ ମଙ୍ଗଳବାର ଦିନ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏଥିସହିତ ମୃତକର ମା ଯବାନୀ ହେମ୍ରମଙ୍କ ଲିଖିତ ଅଭିଯୋଗ କ୍ରମେ ଥାନାରେ କେଶ ନଂ ୭୮/୨୦ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ ଯେ ଦଶରଥ ଶନିବାର ଦିନ ଛେଳି ଚରାଇବାକୁ ଯାଇଥିବା ବେଳେ ଛେଳିଗୁଡିକ ଲାଲମୋହନ ତିରିଆ ପରିବା କ୍ଷେତରେ ପଶି ପରିବା ଖାଉଥିବାର ଲାଲମୋହନ ଦେଖିବାକୁ ପାଇଥିଲେ। ଏଥିରେ ଉତ୍ଯକ୍ତ ହୋଇ ଦଶରଥକୁ ମାଡ ମିରିଥିଲେ । ଏଥିରେ ଦଶରଥର ମୃତ୍ୟୁ ହୋଇଥିଲା । ଏହାପରେ ଲାଲମୋହନ ଶବକୁ ବାସାଘୁଟୁ-ତୁଣ୍ଟିପାଣି ଗ୍ରାମ୍ଯ ନିଛାଟିଆ ରାସ୍ତା କଡରେ ଫୋପାଡ଼ି ଦେଇଥିଲା ବୋଲି ପୋଲିସ ସମ୍ମୁଖରେ ଆସାମୀ ସ୍ବିକାର କରିଛି ।
Sign in
Sign in
Recover your password.
A password will be e-mailed to you.