ଓଡ଼ଗାଁ ବାର ଆସୋସିଏସନ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ

0

ଓଡଗାଁ, (ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବିଚାର ବିଭାଗୀୟ କୋର୍ଟ ବାର ଆସୋସିଏସନର ନିର୍ବଚନରେ ନର୍ବାଚିତ ପ୍ରତିନିଧି ମାନଙ୍କ ଆଜି ମଧ୍ୟାହ୍ନରେ ନିରାଡ଼ମ୍ବର ପୂର୍ଣ୍ଣ ଭାବେ ଶପଥପାଠ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି । ବାର ଆସୋସିଏସନ ଚେୟାରମ୍ୟାନ ଆଇନଜୀବୀ   ପବିତ୍ର ମୋହନ ସାହୁଙ୍କ ଉପସ୍ଥିତିରେ ବରିଷ୍ଠ  ଆଇନଜୀବୀ ଇନ୍ଦୁଭୁଷଣ ମିଶ୍ର ପୁଣିଥରେ ସଭାପତି ରୁପେ ଶପଥ ଗ୍ରହଣ କରିବା ସହିତ ରବିନ୍ଦ୍ର କୁମାର ବରାଡ଼ ଉପସଭାପତି, ବସନ୍ତ କୁମାର ମହାନ୍ତି ସମ୍ପାଦକ, ବିମଳେନ୍ଦୁ କୁମାର ନନ୍ଦ ସହ ସମ୍ପାଦକ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସେନାପତି , କାର୍ଯ୍ୟ ନିର୍ବାହୀ ସଭ୍ୟ ରୁପେ ରାଧାକାନ୍ତ ମହାପାତ୍ର, ପ୍ରଦିପ କୁମାର ବିଶୋଇ, କିଶୋର ଚନ୍ଦ୍ର ସାହୁ, ପାଣୁ ଚରଣ ବେହେରା ଓ ବିବେକାନ୍ଦ ସରସ୍ୱତୀ ଶପଥ  ଗ୍ରହଣ କରିଥିଲେ । ସରକାରୀ ଆଇନଜୀବୀ ପ୍ରମୋଦ କୁମାର ବିଶ୍ୱାଳ ନିର୍ବାଚନ ଅଧିକାରୀ ଭାବେ  ନିର୍ବାଚନ ପରିଚାଳନା କରିଥିଲେ । କେବଳ ସମ୍ପାଦକ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା ହୋଇଥିଲା । ବସନ୍ତ ମହାନ୍ତି ୨୬ ଭୋଟ ପାଇ ପ୍ରତିପକ୍ଷ ୧୭ ଭୋଟ ପାଇଥିବା ନିରଞ୍ଜନ ମହାପାତ୍ରଙ୍କୁ ପରାଜିତ କରିଥିଲେ ।   

 

Leave A Reply

Your email address will not be published.