ଦୁଲାଲ ପ୍ରଧାନ ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ସମ୍ବଲପୁରର ଯୁବ କଂଗ୍ରେସ ନେତା ଦୁଲାଲ ପ୍ରଧାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତି ଦେଇଛନ୍ତି। ଜଣେ ନବ ଯୁବକଙ୍କୁ ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତ କରିବା ପରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କିପରି ଭାବରେ ଶକ୍ତିଶାଳୀ ହେବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ନିଶ୍ଚିତ। ନବକିଶୋର ଦାସଙ୍କ କଂଗ୍ରେସ ଛାଡ଼ିବା ପରେ ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସ ପୂର୍ବଭଳି ପ୍ରଭାବ ସୃଷ୍ଟି କରିବାରେ ସମର୍ଥ ହୋଇ ପାରିନାହିଁ। ଅନ୍ୟ ପକ୍ଷରେ ବିଜେଡିର ନିଜସ୍ବ ଭୋଟବ୍ୟାଙ୍କକୁ କାଟିବା ଓ ଦିନକୁ ଦିନ ଶକ୍ତିଶାଳୀ ହେଉଥିବା ବିଜେପି ଦଳ ଝାରସୁଗୁଡ଼ାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି, ପ୍ରଭାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ନିମନ୍ତେ ନିଶ୍ଚିତ ଭାବରେ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଅନେକଙ୍କ ମତରେ ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସ ଦଳର ନେତାମାନଙ୍କ ମଧ୍ୟରେ ପଦପଦବୀ ପାଇଁ ଲାଳସା ବେଶୀ କିନ୍ତୁ ତୃଣମୂଳ ସ୍ତରରେ ଏମାନଙ୍କ କାର୍ଯ୍ୟ ସେପରି ଉତ୍ସାହଜନକ ନୁହେଁ। ଏତଦବ୍ୟତୀତ ଏହିପରି ପଦପଦବୀ ପୂରଣ କେବଳ ଲୋକଦେଖାଣିଆ ଓ ସୌଜନ୍ୟମୂଳକ ବୋଲି ମଧ୍ୟ ରାଜନୈତିକ ବିଶ୍ଳେଷକମାନେ ମନେ କରନ୍ତି। କିନ୍ତୁ ଭବିଷ୍ୟତ କହିବ କଂଗ୍ରେସ ଦଳ ଆଗାମୀ ଦିନରେ ଏହିପରି ସମସ୍ୟାଗୁଡ଼ିକର କିପରି ସାମନା କରିବ।

Leave A Reply

Your email address will not be published.