ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର ବନହରପାଲିର ତିଲିଆ ପଞ୍ଚାୟତରେ ଥିବା ଗୁଜା ପାହାଡ଼ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବଣଭୋଜି, ପର୍ବତାରୋହଣ ଓ ବୁଲିବା ପାଇଁ ଆସି ଥାଆନ୍ତି। ମାତ୍ର ସଚେତନତା ଅଭାବରୁ ଏଠାରେ ବିପୁଳ ପରିମାଣରେ ପ୍ରଦୂଷଣ ସୃଷ୍ଟି କରୁଥିବା ବର୍ଜ୍ୟବସ୍ତୁ ଛାଡ଼ି ଚାଲି ଯାଉଥିବାରୁ ଏଠାକାର ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ତେଣୁ ଏହି ସ୍ଥାନକୁ ସ୍ବଚ୍ଛ ରଖିବା ପାଇଁ ପର୍ବତାରୋହୀ ଅଜିତ ପାଢ଼ୀ ଓ ମିତ୍ରଭାନୁ ନାୟକଙ୍କ ନେତୃତ୍ବରେ ଏକ ୧୩ ଜଣିଆ ଦଳ ଏହି ପାହାଡ଼ ଓ ଏହାର ଆଖପାଖରେ ଥିବା ବଣଭୋଜି ସ୍ଥଳରୁ ବର୍ଜ୍ୟବସ୍ତୁ ହଟାଇବା ପାଇଁ ଓ ଏହାକୁ ସ୍ବଚ୍ଛ ରଖିବା ପାଇଁ ଏକ ସଫେଇ ଅଭିଯାନ ଚଳାଇଥିଲେ। ସମୁଦ୍ର ପତ୍ତନଠାରୁ ୧୩୪୪ ଫୁଟ ଉଚ୍ଚତାରେ ରହିଥିବା ଏହି ପର୍ବତ ଶିଖରେ ସେମାନେ ତ୍ରିରଙ୍ଗା ପତାକା ମଧ୍ୟ ଉତ୍ତୋଳନ କରିଥିଲେ। ଯୁବକମାନଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post