ବିଜେପି ଆରମ୍ଭ କରିବ ଚାଷୀ ସମାବେଶ ଓ ମଣ୍ଡିଚାଲ ଅଭିଯାନ 

0

ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ରାଜ୍ୟବ୍ୟାପୀ ଚାଷୀ ସମାବେଶ ଓ ମଣ୍ଡିଚାଲ ଅଭିଯାନ ଆରମ୍ଭ କରିବ କୃଷକମୋର୍ଚ୍ଚା :ପ୍ରଦୀପ ପୁରୋହିତ

 ରାଜ୍ୟର ୩ ହଜାର ୫ ଶହ ଧାନ ମଣ୍ଡିରେ କୃଷକମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମଣ୍ଡିଚାଲ ଅଭିଯାନକୁ ବ୍ୟାପକ କରିବେ

 ଡିସେମ୍ବର ୧୯ ତାରିଖ ଦିନ କଟକରେ ହେବ ବିଶାଳ ଚାଷୀ ସମାବେଶ 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି, ଅଭାବୀ ଧାନ ବିକ୍ରି, ଏମଏସପିରୁ କମ୍ ଟଙ୍କାରେ ଧାନ କିଣିବା, ବିଭିନ୍ନ ଆଳ ଦେଖାଇ କଟନି ଛଟନିରେ ୧୦ କେଜିି ପର୍ଯ୍ୟନ୍ତ ଧାନ କାଟିବା, ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଆଦି ଚାଷ ଜନିିତ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଚାଷୀ ସମାବେଶ ଓ ମଣ୍ଡିଚାଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଆଗାମୀ କାର୍ଯ୍ୟକ୍ରମକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଛି ।

ଆସନ୍ତା ଡିସେମ୍ବର ୧୯ ତାରିଖ ଦିନ କଟକ ଠାରେ, ୨୦ରେ ଆସ୍କା, ୨୨ ରେ ଜୟପୁର, ୨୩ ଢେଙ୍କାନାଳ, ୨୪ରେ ବାଲେଶ୍ୱର ଏବଂ ୨୬ ତାରିଖରେ ବରଗଡ ଠାରେ ବିଶାଳ ଚାଷୀ ସମାବେଶ କରାଯିବ । ଏହା ସହ ରାଜ୍ୟର ୩ ହଜାର ୫ ଶହ ଧାନ ମଣ୍ଡିରେ କୃଷକମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମଣ୍ଡିଚାଲ ଅଭିଯାନକୁ ବ୍ୟାପକ କରି ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରିବେ । ଆଗାମୀ ଦିନରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଚାଷୀ ସମସ୍ୟାକୁ ନେଇ ଜିଲ୍ଲା ବ୍ୟାପୀ ଆନେ୍ଦାଳନ କରିବେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି । 

କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଅମର ନାଏକ, ପିଙ୍କି ପ୍ରଧାନ ପ୍ରମୁଖ ଯୋଗ ଦେଇ ରାଜ୍ୟର ଚାଷ ଓ ଚାଷୀମାନଙ୍କର ସମସ୍ୟା ଦିଗରେ ଆଲୋଚନା କରିଥିଲେ । 

 

 

Leave A Reply

Your email address will not be published.