ଭଞ୍ଜନଗର / ବେଲଗୁଣ୍ଠା ( ନିଲୁ ବିଷୋୟୀ ) ବେଲଗୁଣ୍ଠା ମେଇନ୍ ରୋଡ୍ ତଥା ଭଞ୍ଜନଗର ରୋଡ୍ ବାସିନ୍ଦା ଏ.ସୁବାରାଓ ଆଚାରୀଙ୍କ ବାସଭବନରୁ ଗତ ୫ ଡିସେମ୍ବରରେ ଶ୍ରୀ ଆଚାରୀ ଭୁବନେଶ୍ୱର ଯାଇଥିବା ସମୟରେ ତାଙ୍କ ଘରୁ ନଗଦ ଟଙ୍କା, ଟିଭି, ଗ୍ରାଇଣ୍ଡର, ଫ୍ୟାନ୍,ହୋମ୍ ଥିଏଟର୍,ମୋବାଇଲ,ଗ୍ୟାସ୍ ସିଲିଣ୍ଡର ଚୋରି ହୋଇଥିବା ନେଇ ବେଲଗୁଣ୍ଠା ଫାଣ୍ଡିରେ ଅଭିଯୋଗ କରିଥିଲେ ।ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ୬୩୧/୨୦ରେ ଏକ ମାମଲା ରୁଜ୍ଜୁ କରି ଅଭଯୋଗକୁ ଆଧାର କରି ତଦନ୍ତ ଚଳାଇଥିଲେ ।ଆଜି ସକାଳୁ ବେଲଗୁଣ୍ଠା ପୋଲିସ ଚୋରୀ ସାମଗ୍ରୀ ଉଦ୍ଧାର କରିବା ସହ ୩ ଜଣ ଚୋରଙ୍କୁ ଗିରଫ କରିଥିବା ନେଇ ପୋଲିସ ସୁତ୍ରରୁ ସୁଚନା ମିଳିଛି ।ଗିରଫ ଚୋରମାନେ ହେଲେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବାଣତୁମ୍ବ ହରିଜନ ସାହିର ବାବୁ ନାଇକ,ଜଡା ନାଇକ ଓ ଜିତେନ୍ଦ୍ର ପୋଲାଇ ।ସେମାନଙ୍କ ଘରୁ ଚୋରି ହୋଇଥିବା ନଗଦ ୧୭ହଜାର ଟଙ୍କା,ଗୋଟିଏ ଏଲ୍.ଜି ୨୧ ଇଞ୍ଚ ଟିଭି,ଗୋଟିଏ ବଜାଜ୍ ଗ୍ରାଇଣ୍ଡର,ଫ୍ୟାନ୍ ୪ ଟି,ଗୋଟିଏ ହୋମ୍ ଥିଏଟର୍,୩ଟି ସ୍ମାର୍ଟ ଫୋନ୍,ଦୁଇଟି ଗ୍ୟାସ୍ ସିଲିଣ୍ଡର ଜବତ କରିଛନ୍ତି ଏବଂ ଗିରଫ ବ୍ୟକ୍ତି ମାନଙ୍କୁ ଆଇପିସି ଧାରା ୪୫୭/୩୮୦ ରେ କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।ପ୍ରକାଶଥାଉକି ଗତ ଦୁଇମାସ ମଧ୍ୟରେ ବେଲଗୁଣ୍ଠା ଅଞ୍ଚଳରେ ଦୁଇଟି ବଡ ଧରଣର ଚୋରି ହୋଇଥିବା ବେଳେ ବେଲଗୁଣ୍ଠା ପୋଲିସ ଘଟଣାର ଗୁରତ୍ୱ ନେଇ ଶୀଘ୍ର ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ଚୋରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ନେଇ ଅଞ୍ଚଳବାସୀ ପୋଲିସକୁ ସାଧୁବାଦ ଜ୍ଞାପନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.