ବାଇକ ରୁ ଖସି ମହିଳାଙ୍କ ମୃତ୍ୟୁ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ଥାନା ଅଧିନ ବରଣପୁର ଗ୍ରାମ ଠାରେ ବାଇକରୁ ଖସି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ତାରସିଂ ଥାନା ଅନ୍ତର୍ଗତ ଫୁଡୁରୁଙ୍ଗୁ ଗ୍ରାମର ଲକ୍ଷ୍ମୀ ମଲ୍ଲିକ । ସୂଚନା ମୁତାବକ ଲକ୍ଷ୍ମୀ  ତାଙ୍କ ସ୍ବାମୀ ଗାଣ୍ଡୁ ଓ ତାଙ୍କ  ସଂପର୍କୀୟ ଭାଇ ପ୍ରଶାନ୍ତଙ୍କ  ସହ ମିଶି ଏକ ବାଇକ ଯୋଗେ  ଡୁମ୍ପାକୁମ୍ଫା ଗ୍ରାମରେ ଥିବା ଲକ୍ଷ୍ମୀର ବାପାଙ୍କ  ଘରକୁ କୌଣସି କାମ ରେ ଯାଇ ନିଜ ଗ୍ରାମ ଫଡୁରୁଙ୍ଗୁ ଗ୍ରାମକୁ ଫେରୁଥିବା ବେଳେ ବରଣପୁରୁ ଗ୍ରାମ ନିକଟରେ କୌଣସି କାରଣରୁ ଲକ୍ଷ୍ମୀ ବାଇକରୁ ଖସି ପଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଂଚି ୧୦୮ ଆବୁଲାନ୍ସ ଯୋଗେ ଲକ୍ଷ୍ମୀଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଭଞ୍ଜନଗର ପୁଲିସ ଡାକ୍ତରଖାନାରେ ପହଂଚି ମୃତ ଦେହ ଜବତ କରିବା ସହ  ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.