ସାନକୋଦଣ୍ଡାରେ ବାଇକ ପୋଡି ଜଣେ ଅଟକ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) –  ସାନକୋଦଣ୍ଡା ଗ୍ରାମରେ ପୁରୁଣା ବାକି ଟଙ୍କା ନ ଫେରାଇବାରୁ ରାଗରେ ବାଇକ ପୋଡି ଦେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାନକୋଦଣ୍ଡା ଗ୍ରାମର ରାଜେଶ କୁମାର ବେହେରାଙ୍କ ଅଭିଯୋଗ ଅନୁଯାୟୀ,କିଛି ବର୍ଷ ତଳେ ସେହି ଗ୍ରାମର ରବିନ୍ଦ୍ର କୁମାର ନାୟକ ତାଙ୍କ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲା। ସେହି ସମୟରେ କିଛି ପ୍ରାପ୍ୟ ରବିନ୍ଦ୍ର ପାଇବାକୁ ଥିଲା। ସେହି ଟଙ୍କା ପାଇବାରେ ବିଳମ୍ବ ହେବାରୁ ରବିନ୍ଦ୍ର କିଛିଦିନ ତଳେ ରାଜେଶର ବାଇକ ଭଙ୍ଗାରୁଜା କରିଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ରାଜେଶ ଗାଡି ସଜାଡିଲେ ପୁରୁଣା ବକେୟା ଟଙ୍କା ଦେବି ବୋଲି କହିବା ପରେ ରବିନ୍ଦ୍ର ରାଗରେ ଗତକାଲି ରାତିରେ ରାଜେଶର ସିବିଜେଡ୍ ଏକ୍ସ୍ଟମି  ବାଇକ୍ ଟିକୁ ନିଆଁ ଲଗାଇ ପୋକଡି ଦେଇଥିବା ରାଜେଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରବିନ୍ଦ୍ରକୁ ଥାନାରେ ଅଟକ ରଖି ପଚାରାଉଚରା କରୁଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.