ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଆଜି କୃଷକ ମହାସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ବେଶ ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବକୁ ମିଳିଛି । ଜିଲ୍ଲାରେ ସିପିଆଇଏମ , କଂଗ୍ରେସ, ବି ଏସ ପି ଏବଂ ଚାଷୀ ସଙ୍ଗଠନ ଓ କିଷାନ ମଜଦୁର ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା କୁ ସଫଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରାଯାଇଛି । ମୁଖ୍ୟତଃ କେନ୍ଦ୍ର ସରକାର ନୂତନ ଚାଷ ବିଲ କୁ ପ୍ରତ୍ୟହୃତ କରିବା, ନୂତନ ବିଦ୍ୟୁତ ବିଲ ରେ ପରିବର୍ତ୍ତନ ଆଣିବା, ତୈଳ ଦର ହ୍ରାସ କରିବା ଆଦି ଦିଗରେ ପଦକ୍ଷେପ ନେବା ଦାବି ରେ ଏହି ବନ୍ଦ ଡାକରା ଦିଆଯାଇଛି । ଆଗାମୀ ଦିନରେ ଏନେଇ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି । ତେବେ ବନ୍ଦ ଯୋଗୁଁ ଯାତ୍ରୀମାନଙ୍କ ଯାତାୟାତ ରେ ବାଧା ସୃଷ୍ଟି ହେବା ସହ ଲୋକେ ନାନା ସମସ୍ୟା ର ସମ୍ମୁଖିନ ହେଉଛନ୍ତି । ମାଲକାନଗିରି ସହର ର ଡିଏନକେ ଛକ, ସୁବାଷ ବୋଷ ଛକ, ଓ ବସଷ୍ଟାଣ୍ଡ ଏବଂ ଆଇ ଏମ ଏସ ଟି ସ୍କୁଲ ଛକଠାରେ ରାସ୍ତା ଅବରୋଧ କରିବା ଦେଖିବାକୁ ମିଳିଛି। ଆଜିର ଏହି ଭାରତ ବନ୍ଦ ଡାକରା କୁ ସଫଳ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର,ଜି ଶ୍ରୀନିବାସ ରାଓ, ପି କେସୁ ରାଓ, ଛବି ଦାସ,ପେଣ୍ଡରା ପଣ୍ଡା,କିଷାନ ମଜଦୁର ମହାସଂଘ ର ଜିଲ୍ଲା ସଭାପତି ସୋନୁ ଅନୁଗୁ ଏବଂ ତାଙ୍କ ସହଯୋଗୀ ତଥା ସି ପି ଆଇ ଏମ ର ଜିଲ୍ଲା ସମ୍ପାଦକବ୍ରଜ ମାଝୀଙ୍କ ସମେତ ତାଙ୍କ ଲୋକମାନେ ଉପସ୍ଥିତ ରହି ଭାରତ ବନ୍ଦ କୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post