ଶାସକ ଦଳ ନେତାଙ୍କ ଛାତ୍ରଛାୟା ତଳେ ରତ୍ନ ପଥର ଚୋରା କାରବାର ! 

0

ଗୁଣୁପୁର(ମାଧବ ବିଡ଼ିକା) : ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଖୋଦ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଛାତ୍ରଛାୟା ରେ ଚାଲିଥିଲା କୋଟି କୋଟି ଟଙ୍କାର ରତ୍ନ ପଥର ଚୋରାଚାଲାଣ। ଦିନେ ନୁହେଁ କି ମାସ ନୁହେଁ ବର୍ଷ ବର୍ଷ ଧରି ବିଜୁ ଜନତା ଦଳର ନେତାମାନଙ୍କ ସହିତ ମିଶି ଚାଲିଥିଲା ଚୋରା ରାକେଟ। ଏ କଥା ଆମେ କହୁନୁ ଗଣମାଧ୍ୟମ କହୁଛି, ତଦନ୍ତ ରେ ଆମ ମନ୍ତ୍ରୀ ମହୋଦୟ ଓ ତାଙ୍କ ସହଯୋଗି ତଥାକଥିତ ବାବୁ ସୁଧିର ଦାଶଙ୍କୁ ଜେରା କଲେ ପଦାକୁ ପଡ଼ିବ ଏ ଚେର କେତେ ଲମ୍ବା। ଗତ କାଲି ହୋଇଥିବା ଜିତେନ୍ଦ୍ର ବେହେରା ଙ୍କ ଘରେ କ୍ରାମବ୍ରାଞ୍ଚ ଓ ପୋଲିସର ଚଢ଼ାଉ ରେ 151 କିଲୋ ରତ୍ନ ପଥର ଜବତ କରାଯାଇଛି। ଜିତେନ୍ଦ୍ର ବେହେରା ହେଉଛନ୍ତି ବିଜୁ ଜନତା ଦଳର ଜଣେ ଦକ୍ଷ କାର୍ଯ୍ୟକତା, ଯେ ନିଜକୁ ମନ୍ତ୍ରୀ ଙ୍କ ବନ୍ଧୁ କୁହନ୍ତି ଓ ମନ୍ତ୍ରୀ ଙ୍କ ରାଜନୀତି ରେ ହେଉଥିବା ସମସ୍ତ ଖର୍ଚ ବହନ କରିଥାନ୍ତି । କେଉଁଠୁ ଆସିଲା ଏତେ ସାରା ରତ୍ନ ପଥର…? ଏ ସମସ୍ତ ରତ୍ନ ପଥର ଆମ ରାୟଗଡ ଜିଲ୍ଲା ରେ ଥିବା ପାଇକ ଡାକୁଲଗୁଡା, ଇରକୁବାଡି, ଗୁମାଣ୍ଡି, ବୁର୍ଗୀ ଇତ୍ୟାଦି ରେ ଥିବା ମୂଲ୍ୟବାନ ସମ୍ପତି। ଯେଉଁ ରାଜସ୍ଵ ସ୍ଥାନୀୟ ଗରୀବ ଆଦିବାସୀ ଲୋକଙ୍କ ଉନ୍ନତି ରେ ଲାଗିବା କଥା ତାହା ଏବେ ବିଜୁ ଜନତା ଦଳର ନେତା ମନ୍ତ୍ରୀ ଙ୍କର ପକେଟ କୁ ଯାଉଛି।ଆଜି ଏ ପ୍ରସଙ୍ଗରେ ବିରୋଧୀଫଳ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ  ” ବର୍ତ୍ତମାନ ରାଜ୍ୟ ସରକାରଙ୍କ ନୈତିକତା ଓ ସ୍ୱଚ୍ଛ ଶାସନ କୁଆଡେ ଗଲା…???”

ନିରପେକ୍ଷ ତଦନ୍ତ ଦେଲେ ଜଣାପଡିବ ଏ ଚୋରା ରତ୍ନ ପଥର କାରବାରର ଚେର କେଉଁଯାଏ ଲମ୍ବିଛି  !! ଯଦି ବା ଏହି ଘଟଣାକୁ ନିରପେକ୍ଷ ତଦନ୍ତ ନ କରାଯାଏ ତେବେ ବହୁଜନସମାଜ ପାର୍ଟୀ ନିଜ ଷ୍ଟାଇଲ୍ ରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି | 

Leave A Reply

Your email address will not be published.