ଭଞ୍ଜନଗର ରେ ଭାରତ ବନ୍ଦ ସଫଳ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭାରତ ଡାକରା ଦିଆଯାଇଥିଲା। ସେହିପରି ଭଞ୍ଜନଗରରେ ମଧ୍ୟ ଭାରତ ବନ୍ଦକୁ ବିପୁଳ ସଫଳତା ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରାରେ ୧୮ଟି ରାଜନୈତିକ ଦଳ ସର୍ମଥନ କରିଥିବା ବେଳେ ଭଞ୍ଜନଗରରେ ଜାତୀୟ କଗ୍ରେଂସ ଓ ସିପିଏମଆଇ  ଏକାଠି ହୋଇ ପିକେଟିଂ କରିଥିଲେ। ବନ୍ଦ ପ୍ରଭାବ ରେ  ସହରରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ କାଯ୍ୟାଳୟ ,ବ୍ୟାଙ୍କ,ପେଟ୍ରୋଲ ପମ୍ପ,ଚକ ଅଖ,ଦେକାନ ବଜାର ବନ୍ଦ ରହିଥିଲା ।ଦୁଇଟି ରାଜନୈତିକ ଦଳର କର୍ମମାନେ ବାଇକ୍ ରାଲି କରି କେନ୍ଦ୍ର ସରକାରଙ୍କ ଦରଦାମ ବଢାଇବା,ନୂଆ କୃଷି ଆଇନକୁ ବିରେଧ ଉପରେ ଶୋଳ୍ଲଗାନ ଦେଇ ଭଞ୍ଜନଗର ସହର ପରିକ୍ରମା କରିଥିଲେ ।ଏହି କାର୍ଯ୍ୟକ୍ରମରେ ପିସିସି କୋର କମିଟି ସଭ୍ୟ ଦେବୀ ପ୍ରସାଦ ବିଷୋୟୀ,ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ,ଅଯୋଧ୍ୟା ନାଥ ମହାପାତ୍ର,ବିକ୍ରମ ବିଷୋୟୀ,ସିପିଏମଆଇ ନେତା ହରିକୃଷ୍ଣ ସାହୁ,ଅଭିମନ୍ୟୁ ଗୈାଡ ସମେତ କଗ୍ରେଂସ କର୍ମି ଓ ସିପିଏମଆଇ କର୍ମି ମାନେ ସାମିଲ ହୋଇଥିଲେ

Leave A Reply

Your email address will not be published.