ଛିଃ ଛିଃ …. ମଦ ଭୁଲାଇ ଦେଲା ସଂପର୍କ

0

 ବାପା ହୋଇ ଝିଅକୁ ବଳାତ୍କାର କରାଇଲା ମଦ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -‘ମଦୁଆକୁ ନୁହେଁ,ମଦକୁ ଘୃଣା କର’, ଗାନ୍ଧୀଙ୍କ ଏହି ଉକ୍ତିର ସତ୍ୟତା ବାରମ୍ବାର ପ୍ରମାଣିତ ହେବା ସତ୍ତ୍ବେ ମଦର ଆଦର କମି ନାହିଁ। ବାରମ୍ବାର ଏହା ଯୋଗୁଁ ମଣିଷପଣିଆ ହରାଉଛି ମଣିଷ। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା ଆସିବା ସମ୍ଭବ ହେଉନାହିଁ। ମଦ ପିଇ ମଣିଷ କେତେ ନିମ୍ନକୁ ଖସି ପାରେ, ତାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ସହରାଞ୍ଚଳରେ। ମଦ୍ୟପ ଅବସ୍ଥାରେ ନିଜ ଏଗାର ବର୍ଷର ଝିଅ ସହ ଦୁଷ୍କର୍ମ କରିଛି ତାର ନିଜର ବାପା। ଘଟଣାଟି ସମସ୍ତ ସହରକୁ ହତବାକ କରି ଦେଇଛି। 

ଏଗାର ବର୍ଷର ମିନି (ଛଦ୍ମନାମ) ନିଜ ଆଈ ଓ ବାପା ସଙ୍ଗେ ରହେ। ବାପା ଦିନ ମଜୁରିଆ। ଘରେ କେହି ନ ଥିବା ବେଳେ ନିଶାସକ୍ତ ଅବସ୍ଥାରେ ବାପା ଏଗାର ବର୍ଷର ଝିଅ ସହିତ ଦୁଷ୍କର୍ମ କରିଥିଲା। ଘଟଣା ବିଷୟରେ ଝିଅ ପଡ଼ୋଶୀଙ୍କୁ ସବୁ କଥା ଜଣାଇଥିଲେ। ବୃଦ୍ଧା ଆଇ ପଡ଼ୋଶୀଙ୍କ ପାଖରୁ ସବୁ ଜାଣିବା ପରେ ଅଭିଯୁକ୍ତ ସହ ପାଟିତୁଣ୍ଡ କରିଥିଲେ। ଝାରସୁଗୁଡ଼ା ଥାନାରେ ଚାଇଲ୍ଡ ଲାଇନ୍ ମାଧ୍ୟମରେ ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ପୋଲିସ ଅଟକ ରଖିଛି ।  

ଅନ୍ୟପଟେ ଚାଇଲ୍ଡ ଲାଇନ ପକ୍ଷରୁ ଷଷ୍ଠ ଶ୍ରେଣୀରେ ପଢୁଥିବା ପୀଡ଼ିତା ନାବାଳିକାକୁ ଗୁରୁବାର ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ ପରେ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଝାରସୁଗୁଡା ଚାଇଲ୍ଡ ଲାଇନର ସଂଯୋଜକ ଆଶିଷ କୁମାର ପଣ୍ଡା କହିଛନ୍ତି ।

Leave A Reply

Your email address will not be published.