ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବ୍ଲକର ନୂତନ ବିଇଓ ଭାବରେ ଯୋଗଦାନ କରିଥିବା ଶ୍ରୀ ସୁଶାନ୍ତ ଘୁଟାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ଝାରସୁଗୁଡ଼ା ବ୍ଲକ ଶିକ୍ଷକ ସଂଘ। ସଂଘର ସଭାପତି ଶ୍ରୀ ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ବ୍ରଜରାଜନଗର ସର୍କଲର ସଭାପତି ଚାନ୍ଦୁରାମ ଭୋଇ, ସମ୍ପାଦକ ସୁମନ୍ତ ପଟେଲ, ଉପଦେଷ୍ଟା ଦୀପକ ଚନ୍ଦ୍ର ପଣ୍ଡା,ଝାରସୁଗୁଡ଼ା ଜିଲ୍ଲା ଶିକ୍ଷକ ସଂଘର ସଭାପତି ହେମସାଗର ଚୌଧୁରୀ,ସମ୍ପାଦକ ରାଜକିଶୋର ଜେନା, ମହିଳା ସେଲର ସଭାପତି ଜ୍ୟୋତିର୍ମୟୀ ବେହେରା, ଅଶୋକ କୁମାର ବେହେରା,କାର୍ଯ୍ୟକାରୀ ସମ୍ପାଦକ ସୁରେଶ ମେହେର ପ୍ରମୁଖ ଯୋଗଦାନ କରିଥିଲେ।ସାଂପ୍ରତିକ ସମୟରେ ଶିକ୍ଷକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ବ୍ଲକ ଶିକ୍ଷକ ସଂଘର ସଭାପତି ଅଶୋକ କୁମାର ମହାପାତ୍ର ନୂତନ ବିଇଓଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଝାରସୁଗୁଡ଼ା ଜିଲ୍ଲାରେ ଶିକ୍ଷାର ମାନ ଯେପରି ବୃଦ୍ଧି ପାଇବ, ସେଥିପାଇଁ ଶିକ୍ଷକମାନେ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ବିଇଓଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାବ୍ୟତୀତ,  ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ସମସ୍ତ ସମସ୍ୟାର ଆଶୁ ସମାଧାନ ପାଇଁ ବିଇଓଙ୍କ ସହଯୋଗ କାମନା କରିଥିଲେ ଶିକ୍ଷକ ସଂଘ।

Leave A Reply

Your email address will not be published.