ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସଚେତନତା ଶିବିର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପତରଫରୁ ଜିଲ୍ଲା କୋର୍ଟ ଠାରେ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। 

ଏହି ଶିବିରରେ ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଅଧ୍ୟକ୍ଷତା କରି ବିଭିନ୍ନ ସରକାରୀ ଯୋଜନା ଓ ଭିନ୍ନକ୍ଷମ ପାଇଁ ରହିଥିବା ବିଭିନ୍ନ ମାଗଣା ଆଇନ ସେବା ସମ୍ପର୍କରେ ଆଲୋଚନା କରିଥିଲେ।

ଏହା ବ୍ୟତୀତ , ଭିନ୍ନକ୍ଷମ ନିମନ୍ତେ ଉଦିଷ୍ଟ ଥିବା ନୀୟତି ସ୍କୁଲର ପ୍ରତିଷ୍ଠତା ବିଚିତ୍ରା ନନ୍ଦ ବେବତ୍ତା କାର୍ଯ୍ୟକ୍ରମରେ ଯୋଗଦେଇ ମାନସିକ ସୁସ୍ଥତା ରହିବାକୁ ହେଲେ କିଭଳି ଆମକୁ ସଜାଗ ରହିବାକୁ ହେବ ସେ ବିଷୟରେ ବୁଝାଇ ଥିଲେ ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ସାଧାରଣ ନାଗରିକ ପରି ଗୁରୁତ୍ୱ ଦେବାପାଇଁ ସେ ସଚେତନତା କରିଥିଲେ। 

ଏହା ସହିତ ଭିନ୍ନକ୍ଷମ ଦିବସର ମୁଖ୍ୟ ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କ ଉପରେ ମଧ୍ୟ ଆଲୋକ ପାତ କରିଥିଲେ। ଅନ୍ୟପକ୍ଷରେ ସବ୍ ଜଜ୍ ପାରଳାଖେମୁଣ୍ଡି  ଶ୍ରୀ ଚନ୍ଦ୍ରାହାସ ବେହେରା , ଏସିଡିଜିଏମ୍ ମିଶ୍ ବର୍ଷା ଶର୍ମା ଓ ଜେ. ଏମ୍ .ଏଫ୍ , ସି,ମିଶ୍ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ସମେତ ସମସ୍ତ ପାନେଲ ଆଡଭୋକେଟ ଯୋଗଦେଇ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave A Reply

Your email address will not be published.