(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ): ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଭରତାପୁରରେ ଜନୈକ ଦୋକାନୀକୁ ସଂଘବଦ୍ଧ ଭାବରେ ମରଣାତ୍ମକ ଆକ୍ରମଣ ହୋଇଥିବା ଆହତ ଙ୍କ ମାଆ ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ଥାନା ଭରତାପୁର ଗ୍ରାମର ଦେବାର୍ଚ୍ଚନା ସାହୁ ସେହି ଗାଁରେ ଏକ ଦୋକାନ ଦେଇଛନ୍ତି। ତାଙ୍କ ଦୋକାନକୁ କେତେଜଣ ଲୋକ ଆସି ଉଧାରିରେ ଜିନିଷ ଦେବାକୁ ମାଗିଥିଲେ। ଦୋକାନୀ ଉଧାରୀ ଦେବାକୁ ମନା କରିବାରୁ ସେମାନେ ସଂଘବଦ୍ଧ ଭାବେ ଦୋକାନୀକୁ ଠେଙ୍ଗାରେ ମାଡମାରି ଆକ୍ରମଣ କରିଥିଲେ ବୋଲି ଦୋକାନୀର ମାଆ ଚାରମାଳ ଥାନାରେ ଲିଖିତାକାରରେ ଅଭିଯୋଗ କରିଛନ୍ତି। ୪ ଜଣ ଆକ୍ରମଣ କାରୀ ଫେରାରଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.