ଦୁଇ ବାଇକ ମୁହାଁମୁହିଁ,ଦୁଇ ଚାଳକ ଗୁରୁତର

0

ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ଓ ବିରଞ୍ଚିପୁର ମଧ୍ୟରେ ମୁଖ୍ୟ ସଡ଼କରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଦୁଇ ବାଇକ ଚାଳକ ଗୁରୁତର ଆହତ ହୋଇ ବୁଗୁଡା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଡିସେମ୍ବର ୦୧ ତାରିଖ ଦିନ ଅପରାହ୍ନରେ ବୁଗୁଡା ଥାନା ଅନ୍ତର୍ଗତ ଚିଲିଖମା ଗ୍ରାମର ସହଦେବ ମୁଳି(୩୫) ନିଜ ବାଇକରେ ବୁଗୁଡ଼ାରୁ ନିଜ ଗ୍ରାମକୁ ଫେରୁଥିବା ଓ ବୁଗୁଡା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ବଳରାମ ମହାପାତ୍ର(୩୦)ବାଇକ ଯୋଗେ ନିଜ ଗ୍ରାମରୁ ବୁଗୁଡା ଦିଗରେ ଆସୁଥିବା ବେଳେ ରାମଚନ୍ଦ୍ରପୁର ଗ୍ରାମ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଦୁଇ ଗାଡିର ଚାଳକ ଛିଟିକି ପଡି ଗୁରୁତର ଆହତ ହୋଇଥିବା ବେଳେ ବଳରାମଙ୍କ ଗାଡ଼ିର ପଛରେ ବସିଥିବା ବ୍ୟକ୍ତିଙ୍କ ସାମାନ୍ୟ ଆହତ ହୋଇଛି। ସହଦେବ ମୁଳିଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିବା ବେଳେ ବଳରାମଙ୍କ ମୁଣ୍ଡରେ ଆଘାତ ଲାଗିଛି। ଗୁରୁତର ଆହତ ବାଇକ ଚାଲାକ ସହଦେବ ଓ ବଳରାମ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁଗୁଡ଼ାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.