ବୁଗୁଡା: : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦରରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସ୍ୱଚ୍ଛତା ରାଲି କାର୍ଯ୍ୟକ୍ରମ ବୁଗୁଡା ବିଡିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଲିପଦରକୁ ଏକ ସ୍ୱଚ୍ଛ ସୁନ୍ଦର ଗ୍ରାମ ଭାବେ ଗଢିବା ଦିଗରେ ସରକାରଙ୍କ ରହିଥିବା ଯୋଜନା ଓ ଲୋକମାନଙ୍କ ମଧ୍ୟରେ ସଚେତନତା ବିଷୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ ସ୍ୱଚ୍ଛତା ପାଇଁ ସମୁହ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ଆସ୍କା ଚିନି ଶିଳ୍ପ ଏଡିଏମ୍ ପ୍ରତିନିଧି, ପରିମଳ ବିଭାଗର ଜେଇ ଏ. ରାମା ରାଓ, ସ୍ୱଚ୍ଛତାଗ୍ରାହୀ ନୃସିଂହ ଚରଣ ଦାସ, କୋର୍ଡିନେଟର ଦିଲୀପ କୁମାର ବେହେରା, ପିଓ ବିଜୟ କୁମାର ପାଣିଗ୍ରାହୀ, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା ଓ ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ବଣିକ ସଂଘ ସଦସ୍ୟ, ବରିଷ୍ଠ ନାଗରିକ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ସଚେତନ ଦ୍ୱାରା ହିଁ ସ୍ୱଚ୍ଛତା ବଜାୟ ରଖିହେବ ବୋଲି ସମସ୍ତେ ହୃଦୟଙ୍ଗମ କରିଥିଲେ । ବଣିକ ସଂଘ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ଏ.ସର୍ଭିସ୍ ଆଚାରୀ, କାହ୍ନୁ ଚରଣ ବାଡତ୍ୟା, ଉମା ଶଙ୍କର ନାୟକ, ସନ୍ତୋଷ ସେଠୀ ଏବଂ ଗ୍ରାମର ବହୁ ଏସ୍ ଏଚ୍ ଜି ଗୃପର ସଦସ୍ୟାମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ସମସ୍ତେ ମିଶି ମେଡିକାଲ ପାର୍ଶ୍ୱ ଅଞ୍ଚଳକୁ ପରିଷ୍କାର କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post