ପରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚ ତରଫରୁ ବିକ୍ଷୋଭ       

0

   ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ନୂଆପଡ଼ା,(ଅମିତ ପୁରୋହିତ) : ସ୍ଥାନୀୟ ଏକତା ଛକ ଠାରେ ମହିଳା ମୋର୍ଚ୍ଚ ତରଫରୁ ପରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ନେତ୍ରୀ ତଥା ସଦର ବ୍ଲକ ଅଧ୍ୟକ୍ଷା ତରେଶ୍ୱରୀ ସାହୁଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ବରିଷ୍ଠ  ନେତା ପ୍ରଶନ୍ନ ପାଢି, ଶୁସାନ୍ତ ପତି, ମୁରଲୀଧର ସୁନା, ସରିତା ଠାକୁର, ଜେମାମଂଜରୀ ପାଣ୍ଡେ, ଭୁବନେଶ୍ୱରୀ ଦଣ୍ଡସେନା, ରାଜେଶ୍ୱରୀ ଠାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । କ୍ରାଇମବ୍ରାଞ୍ଚ ନୁହେଁ, ସିବିଆଇ ଦତନ୍ତ ଦାବୀ କରିଥିଲେ । ଏହି ଘଟଣା ମନ୍ତ୍ରୀ ଅରୁଣ ସାହୁଙ୍କ ନିର୍ବାଚନ ମଣ୍ଡଳୀର ଘଟଣା ହୋଇଥିବାରୁ ଏଥିରେ ତାଙ୍କ ଲୋକେ ସମ୍ପୃକ୍ତ ଅଛନ୍ତି । ଏଣୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବରଖାସ୍ତ କରିବାକୁ ଦାବୀ କରିଥିଲେ । ପରେ ମନ୍ତ୍ରୀ ଅରୁଣ ସାହୁଙ୍କୁ କୁଶ ପୁତ୍ତଳିକା ଦାହ କରିଥିଲେ । ଏଠାରେ ୫୦ରୁ ଉର୍ଦ୍ଧ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।   

 

 

 

Leave A Reply

Your email address will not be published.