ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେର୍ସ) ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦରରେ ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ, କଳା,ଓ ସଂସ୍କୃତିର ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ୱର” ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ସୋରଡ଼ା ସହରରେ ୯୩ ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଜିଲ୍ଲା ସ୍ଥରୀୟ ଅଧିବେଶନରେ ପ୍ରତିଷ୍ଠାନର ସଭାପତି ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଗବେଷକ ପଣ୍ଡିତ ଭାଗବତ ପ୍ରସାଦ ଦାସ ଶର୍ମା, କବି ଅନନ୍ତ କର, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ବିଇଓ ବିଜୟ କୁମାର ପ୍ରଧାନ, ଗବେଷକ ପ୍ରଦୀପ ଚନ୍ଦ୍ର ସିଂ, ବାଳକୃଷ୍ଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ” ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଘୁମୁସରର ଅବଦାନ” ଶୀର୍ଷକ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ସୋରଡ଼ା ର ସ୍ବର୍ଗତ ଶଶୀ ଭୂଷଣ ରଥଙ୍କୁ ଓଡିଶା ପ୍ରଦେଶ ଗଠନର ବ୍ୟାଘ୍ର ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ପଣ୍ଡିତ ଭାଗବତ ପ୍ରସାଦ ଦାସଶର୍ମା, ପ୍ରଦୀପ୍ତ ଚନ୍ଦ୍ର ସିଂ, ଓ ବାଳକୃଷ୍ଣ ପଟ୍ଟନାୟକଙ୍କୁ ସାରସ୍ୱତ ସମ୍ମାନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଇଂ ପ୍ରଭାତ ଷଡଙ୍ଗୀଙ୍କ ଗଳ୍ପ ସଂକଳନ “ଗୋପୀନାଥ ଜୀଉ ଷ୍ଟେସନ” ଓ ପ୍ରଦୀପ୍ତ ସିଂ ଙ୍କ ଶିଶୁ ନାଟକ “କାଷ୍ଠ କୋଣାର୍କ” ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କବି କାର୍ତ୍ତିକେଶ୍ୱର ପ୍ରଧାନ ଓ କବି ଅଶୋକ ନନ୍ଦଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କେ ତିରୁମଲା ଆଚାରୀ, ଅଜିତ କୁମାର ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ଭୋଳ, ରାଧାକୃଷ୍ଣ ଦାସଶର୍ମା, ସୌମ୍ୟ ରଞ୍ଜନ ପଣ୍ଡା, ବିଭୁତି ଭୂଷଣ ମିଶ୍ର, କାହ୍ନୁ ଚରଣ ଦାଶ, ଇଂ ପ୍ରଭାତ ଷଡଙ୍ଗୀ, ଖୁସିରାଣୀ ନାହାକ, ଅରୁଣୀମା ରାୟ, ଖଲି ପରିଡା, ସନ୍ତୋଷ କୁମାର ସେଠୀ, ରବୀନ୍ଦ୍ର କୁମାର ଦାସ ପ୍ରମୁଖ କବି ଓ କବୟିତ୍ରୀ ନିଜ ନିଜ ରଚିତ କବିତା ପଠନ କରିଥିଲେ। ଶେଷରେ ସଙ୍ଗଠନର ସମ୍ପାଦକ ରତ୍ନାକର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.