ନୂଆପଡ଼ା,(ଅମିତ ପୁରୋହିତ) :: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ନିକଟ ସିନାପାଲି ଠାରେ ବିଜେପି ବଂଜାରୀ ମଣ୍ଡଳ ତରଫରୁ ବିଜେପିର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବର ଅନୁଷ୍ଠିତ ହୋଇ ଯାଇଛି । ବିଜେପି ବରିଷ୍ଠ ନେତା ପ୍ରଶନ୍ନ ପାଢିଙ୍କ ଅଧ୍ୟକ୍ଷାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବଂଜାରୀ ମଣ୍ଡଳ ସଭାପତି ଡମରୁଧର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସୋନପୁର ଜିଲ୍ଲା ପ୍ରଭାରୀ ଭବେନ୍ଦ୍ର ପଣ୍ଡା, ନୂଆପଡ଼ା ଜିଲ୍ଲା ପ୍ରଭାରୀ ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଶିବପ୍ରସାଦ ମୁଣ୍ଡ, ଅତିନ୍ଦ୍ରସିଂ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳର ମୌଳିକତା ଓ ଦଳର ଜନ୍ମ, ବ୍ୟକ୍ତିତ୍ୱର ବିକାଶ, ବୈଚାରିକ ସିଦ୍ଧାନ୍ତ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଗୋପିନାଥ ଶବର, ଚନ୍ଦ୍ରମଣୀ ଶବର, ଚୌକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post