କେ.ସି.ସି. ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ: ମହୁଲପାଲି ଚମ୍ପିୟାନ

0

ପଦ୍ମପୁର ନିକଟସ୍ଥ ମହୁଲପାଲି ହାଇସ୍କୁଲ ପଡ଼ିଆରେ କ୍ରିଷ୍ଣା କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ଯୋଗ୍ୟତା ପର୍ଯ୍ୟାୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଏହି ପ୍ରତିଯଗିତାରେ ୧୬ଟି ଆଞ୍ଚଳିକ ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚଣ୍ଡିପାଲି ଦଳ ନିର୍ଦ୍ଧାରିତ ୬ ଓଭରରେ ୪୭ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ମହୁଲପାଲି ଦଳ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ନରେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଏବଂ ବିଜୟ ସାହୁ ଓ ଅଚ୍ୟୁତ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ମହୁଲପାଲି ଦଳକୁ ୫୦୦୧ ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳକୁ ୨୫୦୧ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ମହୁଲପାଲି ଦଳର ପରେଶ ଙ୍କୁ ମେନ ଅଫ ଦି ମେଚ ଓ ପ୍ରଶାନ୍ତ ଙ୍କୁ ମେନ ଅଫ ଦି ସିରିଜ ପୁରସ୍କାର ଦିଆଯାଇଥିଲା। ଆଜିର ଫାଇନାଲ ମ୍ୟାଚକୁ ଅମ୍ପାୟାର ପ୍ରତାପ ଓ ସନମ ପରିଚାଳନା କରିଥିଲେ । ସ୍ବରାଜ ଓ ବିପ୍ଳବ ସ୍କୋରିଂ ଏବଂ ମତିଲ ଓ ସୁନୀଲ ଧାରାବିବରଣୀ ଦେଇଥିଲେ। ନିରନ, ସୁଜିତ, ପ୍ରବୀଣ, ହରେଶ, ନିଖିଲ, ବାଦଲ, ଅରବିନ୍ଦ, ଛୋଟୁ ସହଯୋଗ କରିଥିଲେ। ଶେଷରେ ପ୍ରଶାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.