ବସ ରୁ ଖସିପଡ଼ି ଡ୍ରାଇଭର ମୃତ ।

0

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ):  ସମ୍ବଲପୁରରୁ ବ‌ୌଦ୍ଧ ଅଭିମୁଖେ ଆସୁଥିବା ଶିବମ ନାମକ ଏକ ଘରୋଇ  ବସ ଆଜି ଧନୁପାଲି ଛକଠାରେ ଛିଡ଼ାହୋଇ ବସର ଉପରେ କିଛି ଲଗେଜ ଲୋଡ କରି ବାନ୍ଧୁଥିବା ବେଳେ ଅସାବଧାନତା ଯୋଗୁଁ ହଠାତ୍ ବସର ଡ୍ରାଇଭର ନବୀନ କୁମାର ପ୍ରଧାନଙ୍କ ଗୋଡ଼ ଖସିଯିବାରୁ ତଳେ ପଡି ଯାଇଥିଲେ । ସଂଗେ ସଂଗେ ତାଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ , ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଡ୍ରାଇଭର ନବୀନ କୁମାର ପ୍ରଧାନଙ୍କ ଘର ରେଢ଼ାଖୋଲ ବ୍ଳକ ଲୁହାପଙ୍କ ପଞ୍ଚାୟତ ମ‌ଉଲାଭଣଜା ଗ୍ରାମରେ ବୋଲି ଜଣାପଡିଛି । ପଞ୍ଚଖଣ୍ଡା ଘରୋଇ ବସ୍ ମାଲିକ ସଂଘ ରେଢ଼ାଖୋଲ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.