ମୋଟରସାଇକଲ-ଟାଟା ଏସି  ଦୁର୍ଘଟଣା, ୩ ଆହତ 

0

ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଖୁଣ୍ଟପାଲି ଠାରେ ଗାଇସିଲେଟ-ପଦ୍ମପୁର ରାସ୍ତାରେ ଏକ ମର୍ମର୍ନ୍ତୁଦ ଦୁର୍ଘଟଣା ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଅଇଁଲାଭଟା ରୁ ଗାଇସିଲେଟ-ପଦ୍ମପୁର ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ପଟରୁ ଏକ ନୀଳ ରଙ୍ଗର ହିରୋ ଗ୍ଲେମର ମୋଟରସାଇକଲ (OD17 U 3730)ରେ ପଦ୍ମପୁର ଅଭିମୁଖେ ଯିବା ସମୟରେ ବିପରୀତ ଦିଗରୁ ପଦ୍ମପୁର ପଟରୁ ଦୃତଗତୀରେ  ଆସୁଥିବା ଏକ ଟାଟା ଏସି ( OD 02 BJ 4001)  ସାମ୍ନାପଟରୁ ଧକ୍କାଦେଇଥିଲା ଫଳରେ ମୋଟର ସାଇକଲଟିର ଆଗଚକ ଛିଣ୍ଡି ମୋଟରସାଇକଲରୁ ଅଲଗା ହୋଇ ଯାଇଥିଲା।ମୋଟରସାଇକଳର ଚାଳକ ଚନ୍ଦ୍ରଭାନୁ ବରିହା (୪୦)ଙ୍କ ମୁଣ୍ଡରେ ଓ ଗୋଡରେ ଗଭୀର ଆଘାତ ହୋଇଥିଲା ଏବଂ ତାଙ୍କ ପତ୍ନୀ ଶୌରେନ୍ଦୀ ବରିହା (୩୫) ସାମାନ୍ୟ ଆହତ ହୋଇଥିଲେ। ଅନ୍ୟ ପଟେ ଧକ୍କା ଦେଇ ଅଲଟି ପଡିଥିବା  ଗାଡିର ଚାଳକ ପ୍ରଶାନ୍ତ କୁମାର ମହାନ୍ତି (୫୬) ସାମାନ୍ୟ ଆହତ ହୋଇଥିଲେ। ତିନିଜଣଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତାଲପାଲି କୁ ନିଆଯାଇ ଚିକିତ୍ସା କରାଯିବା ପରେ ଚନ୍ଦ୍ରଭାନୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପଦ୍ମପୁର ଉପଖଣ୍ଡସ୍ଥ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଗାଇସିଲେଟ ଥାନା ଏ.ଏସ୍.ଆଇ ପ୍ରକାଶ ଚନ୍ଦ୍ର ଭୋଇ ଘଟଣା ସ୍ଥଳକୁ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ମୋଟରସାଇକଲ ଓ ଟାଟା ଏସିକୁ ଜବତ କରିବା ସହ ଟାଟା ଏସିର  ଚାଳକକୁ ଥାନାରେ ଅଟକ ରହିଛନ୍ତି।

Leave A Reply

Your email address will not be published.