ବଡ଼ବିଲ (ଶାସକ ପ୍ରଶାସକ) ଗତକାଲି ବିଳମ୍ବିତ ରାତିରେ ଆର୍ସେଲର ମିତ୍ତଲଙ୍କ ଠାକୁରଣୀ ଲୌହ ଖଣି ନିକଟରେ ଏକ ୧୨ ଚକିଆ ଟ୍ରକ ୨୫ ଫୁଟ ତଳକୁ ଖସି ପଡି ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରକ ଚାଳକ ପ୍ରକାଶ କୁମାର ଜେନା (୩୩) ପ୍ରାଣ ହରାଇଥିବାର ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଠାକୁରାଣୀ ଖଣିରୁ ଲୁହାପଥର ବୋଝେଇ କରି ଓଡ଼ି୩୪ଏମ ୫୨୬୫ ନମ୍ବର ବିଶିଷ୍ଟ ଟ୍ରକ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ପ୍ରାୟ ୨୫ ଫୁଟ ତଳକୁ ଖସି ପଡ଼ିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Next Post