ଭଞ୍ଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ନୂତନ ବସଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟ ନିକଟରେ ଥିବା ଏକ ଘର ସାମ୍ନାରୁ ଆଜି ଅପରାହ୍ନ ସମୟରେ ପଡି ରହିଥିବା ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ବୁଗୁଡ଼ା ଥାନା ଡାହୁକ ଗ୍ରାମର ନାରାୟଣ ପ୍ରଧାନ(୬୦)। ନାରାୟଣଙ୍କ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଆଜି ତାଙ୍କ ମୃତଦେହ ଶୌଚାଳୟ ସାମ୍ନାରେ ପଡିଥିବାର ଦେଖି ସ୍ଥାନିୟ ଲୋକ ମାନେ ପୁଲିସ୍ କୁ ଖବର ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତାଙ୍କ ନିକଟରେ ଥିବା ମୋବାଇଲ ଦ୍ବାରା ପରିବାର ଲୋକଙ୍କ ନିକଟକୁ ଖବର ଦେଇଥିଲା। ଏ ନେଇ କେସ୍ ନଂ ୭୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ପଠାଯାଇଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post