ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ :ଦୁର୍ଘଟଣା ଘଟିଥିବା ବୋଲେରୋ ଫେରାର

0

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଭଗତପୁର ଛକ ନିକଟରେ ବିଜୁ ଏକ୍ସପ୍ରେସ ୱେ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇ ଜଣକର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଆଜି ରାତି ପ୍ରାୟ ଆଠ ଘଣ୍ଟା ସନୟରେ  ବୋଡ଼ାସମ୍ବର ଗ୍ରାମ ନିବାସୀ ପିତ ବରିହା ପଦ୍ମପୁର ରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ପାଇକମାଲ ପଟରୁ ପଦ୍ମପୁର ପଟକୁ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ଗାଡି ପିତ ବାରିହାଙ୍କୁ ସାମନା ପଟରୁ ଧକ୍କା ମାରିବାରୁ ଘଟଣା ସ୍ଥଳେରେ ପିତ ଙ୍କର ମୃତ୍ୟୁ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପିତ ନିଜ ସାଇଡ଼ରେ ଯାଉଥିଲେ ଓ ବୋଲେରୋ ଗାଡି ଭୁଲ ସାଇଡ଼ରେ ଯାଉଥିଲା । ଦୁର୍ଘଟଣା ଘଟାଇବା ପରେ ବୋଲେରୋ ଘଟଣା ସ୍ଥଳରୁ ଚମ୍ପଟ ହୋଇଯାଇଥିଲା । ସୂଚନା ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ ପହଂଚିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠେଇ ଦେବା ବେଳେ ଫେରାର ବୋଲେରୋ ର ଅନୁସନ୍ଧାନ ଜାରି ରହିଛି ।

 

Leave A Reply

Your email address will not be published.