ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଦୀପାବଳୀ ଉପଲକ୍ଷେ ଘର ଓ ଦୋକାନ ବାହାରେ ଲାଗିଥିଲା ଲିଚୁମାଳ। ବହୁ ବ୍ୟକ୍ତି ଚଳିତ ବର୍ଷ ବ୍ୟବହାର କରିଛନ୍ତି ଏହି ପ୍ରକାର ଲିଚୁମାଳ। | ହେଲେ ଏହି ଲିଚୁମାଳ ବୁଗୁଡା ଶ୍ରୀ ଲକ୍ଷ୍ମୀ ଜୁଏଲର୍ସ ର ଅଗ୍ନିକାଣ୍ଡର କାରଣ ପାଲଟିଛି। ଲିଚୁମାଳରେ ସର୍ଟ ସର୍କିଟ ଯୋଗୁଁ ଉପର ମହଲାରେ ଲାଗିଥିବା ଫାଇବର ରେ ନଭେମ୍ବର ୨୩ ତାରିଖ ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ଅଗ୍ନି ସଂଯୋଗ ହୋଇ ହୁ ହୁ ହୋଇ ଜଳିବା ଆରମ୍ଭ ହୋଇଥିଲା। ଖବର ପାଇ ସଙ୍ଗେ ସଙ୍ଗେ ବୁଗୁଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। କେବଳ ବାହାରରେ ବ୍ୟବହାର ହୋଇଥିବା ଜିନିଷ ଜଳି ପାଉଁଶ ହୋଇଯାଇଥିବା ବେଳେ ଘରଭିତରକୁ ନିଆଁ ଯାଇନଥିବା ଜଣାପଡ଼ିଛି। ଆଜି ଶ୍ରୀ ଲକ୍ଷ୍ମୀ ଜୁଏଲର୍ସ ଚାବି ପଡିଥିବା ବେଳେ ମାଲିକ ବିଚିତ୍ରାନନ୍ଦ ମହାରଣାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନଥିବା ଯୋଗୁଁ କ୍ଷୟକ୍ଷତି ଜଣାପଡି ପାରିନାହିଁ।
Sign in
Sign in
Recover your password.
A password will be e-mailed to you.