(ଗୁଣପୁର/ମାଧବ ବିଡ଼ିକା ) – ଗୁଣପୁର ଉପଖଣ୍ଡ ଭାମିନୀ ବାଲୁକାଶଯ୍ୟାରୁ ବେଆଇନ ବାଲି ଉଠାଣ,ଗଚ୍ଛିତ ଓ ଅନ୍ଧ୍ରକୁ ଟ୍ରକ ମାଧ୍ୟମରେ ରାତ୍ରି ସମୟରେ ଚାଲାଣ ଘଟଣାକୁ ବିରୋଧ କରି ରାସ୍ତାରୋକ ହେବା ପରେ ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେ ତତ୍ପରତା ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସଂପୃକ୍ତ ଲିଜଧାରୀ ଭେଙ୍କେଟେଶ୍ବର ବାଉରୀଙ୍କ ବିରୁଦ୍ଧରେ ତହସିଲ କର୍ତ୍ତୃପକ୍ଷ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଏହା ଧର୍ମକୁ ଆଖିଠାର ବୋଲି କୁହାଯାଉଛି । ରାମନାଗୁଡ଼ା ତହସିଲଦାର ଜୟଶ୍ରୀ ମଲ୍ଲିକଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ନିନ୍ଦା କରାଯାଉଥିବା ସହ ଉପଜିଲ୍ଲାପାଳ ମଧ୍ୟ ବିରକ୍ତି ଭାବ ପ୍ରକାଶ କରିଥିବା ଜଣାପଡ଼ିଛି । ବାଲି ଲିଜଧାରୀ ଶ୍ରୀ ବାଉରୀ କେବଳ ଭାମିନୀ ବାଲିପଠା ନୁହଁ ଗୁଣପୁର ଉପଖଣ୍ଡର ଅନ୍ୟାନ୍ୟ ବାଲି ପଠା ମଧ୍ୟ ଲିଜ କୁ ନେଇଥିଲେ ଏବଂ ନେଇଛନ୍ତି ମଧ୍ୟ । ଏହି ବାଲିପଠା ଗୁଡିକୁ ତଦନ୍ତ ପରିସରଭୁକ୍ତ କରାଗଲେ ସେ କିଭଳି ଚଞ୍ଚକତା କରି ବେଆଇନ ବାଲି ଚାଲାଣ ଓ ଗଛିତ କରିବା ସହ ମାଇନିଂ ପ୍ଲାନଠାରୁ ଅଧିକ ଅଞ୍ଚଳରୁ ବାଲିଉଠାଣ କରିଛନ୍ତି ଏହି ସମ୍ପର୍କରେ ଜଣାଯିବ । ପୂର୍ଵ ବର୍ଷର ଉଠାଣ ର ତଦନ୍ତ କରାଗଲେ କିଭଳି ତାଙ୍କୁ ତହସିଲ କର୍ତ୍ତୃପକ୍ଷ ସହଯୋଗ କରିଛନ୍ତି ଏବଂ ପୂର୍ବ ଲିଜ ଧନ ଠାରୁ କମ ଦରରେ ବାଲିପଠା ଲିଜ ଦେବାରେ ସହାୟକ ହୋଇଛନ୍ତି ଏହା ମଧ୍ୟ ସ୍ପଷ୍ଟ ହେବ ବୋଲି ମତ ପ୍ରକାଶ ପାଇଛି। ବର୍ତ୍ତମାନ ଗୁଣପୁର ତହସିଲ ଦାୟିତ୍ୱରେ ଥିବା ତହସିଲଦାର ଫର୍ଣ୍ଣଦିଜ ଏକ୍କା ମହୋଦୟ ରାମନାଗୁଡା ତହସିଲ ର ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିବାବେଳେ ଭାମିନୀ ବାଲିପଠା ନିମନ୍ତେ ଯେଉଁ ଭଳି ଶ୍ରୀ ବାଉରୀଙ୍କୁ ସହଯୋଗ କରୁଥିଲେ ବର୍ତ୍ତମାନ ମାଛଖୁଣ୍ଟି ବାଲି ପଠା ନିମନ୍ତେ ସେଭଳି ସହଯୋଗ ର ହାତ ବଢାଇଛନ୍ତି ଏବଂ ବିଶେଷ କରି ୟା’ଙ୍କୁ ଉଭୟ ବାଲିପଠା ଦାୟିତ୍ଵ ରେ ଥିବା ଆର୍.ଆଇ ଓ ଅମିନ ମାନେ ସହଯୋଗ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ଗଣମାଧ୍ୟମରେ ମାଛଖୁଣ୍ଟି ବାଲି ପଠା କୁ ନେଇ ଖବର ପ୍ରକାଶ ପାଇଥିବା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କେବଳ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଆଦେଶକୁ ଅପେକ୍ଷା କରାଯାଇଛିକି ବୋଲି ପ୍ରଶ୍ନ ଉଠିଛି । ଦେଖିବାକୁ ରହିଲା ଏନେଇ ଉପଜିଲ୍ଲାପାଳ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.