ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ମେଡିକାଲ ଛକରେ କିଛି ଦୁର୍ବୁତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଅଜୟ ମହାକୁଡ଼ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଅଜୟଙ୍କ ଘର ବାଗିଆବୁରୁ ଅଞ୍ଚଳରେ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ୪ଟା ସମୟରେ ଅଜୟ ନିଜ ପୁଅକୁ ସରକାରୀ ଡାକ୍ତରଖାନା ନିକଟକୁ ଟିଉସନ ଛାଡିବାକୁ ଯିବା ସମୟରେ ୭/୮ ଜଣ ଦୁର୍ବୁତ୍ତ ତାଙ୍କୁ ଅଟକାଇ ଅତର୍କିତ ଭାବେ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ଅଜୟ ଘଟଣାସ୍ଥଳରେ ଲହୁଲୁହାଣ ହୋଇ ପଡିଯାଇଥିଲେ। ଦୁର୍ବୁତ୍ତ ମାନେ ଦୁଇଟି ବାଇକରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି। ଗତ ଦୀପାବଳୀରେ ଅଜୟଙ୍କ ସହ କିଛି ବ୍ୟକ୍ତିଙ୍କର ଗଣ୍ଡଗୋଳ ହୋଇଥିବା ଓ ସେ ଏ ସମ୍ପର୍କରେ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ ବୋଲି ଜଣାପଡିଛି। ତେବେ ଜନଗହଳିପୂର୍ଣ୍ଣ ମେଡିକାଲ ଛକରେ ଏପରି ଘଟଣା ଘଟିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
Sign in
Sign in
Recover your password.
A password will be e-mailed to you.